ଆଉଟ୍‌ସୋର୍ସିଂ ମୋଡ୍‌ରେ ଚାଲିବ ବିଶ୍ବବିଦ୍ୟାଳୟ ହଷ୍ଟେଲ

Advertisment
ଆଉଟ୍‌ସୋର୍ସିଂ ମୋଡ୍‌ରେ ଚାଲିବ ବିଶ୍ବବିଦ୍ୟାଳୟ ହଷ୍ଟେଲ

acetcbe.edu.in

ଭୁବନେଶ୍ବର : ବିଶ୍ବବିଦ୍ୟାଳୟରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଆଉଟ୍‌ସୋର୍ସିଂ ମୋଡ୍‌ରେ ଚାଲିବ। ହଷ୍ଟେଲ ଚଲାଇବା ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ମାନବ ଶକ୍ତି ଯୋଗାଇବା ଲାଗି ବିଶ୍ବବିଦ୍ୟାଳୟଗୁଡ଼ିକ ଆଉଟ୍‌ସୋର୍ସିଂ ଏଜେନ୍ସିକୁ ଚିହ୍ନଟ କରିବେ। ଯେଉଁଥିରେ ରୋଷେୟା, ସହାୟକ, ସୁରକ୍ଷାକର୍ମୀ, ହାଉସ୍‌ କିପିଂ ଆଦି ରହିବେ। ଏମାନେ ହଷ୍ଟେଲରେ ଝାଡ଼ୁ ମାରିବା ସହ ସଫେଇ, ବିଶୋଧନ କାର୍ଯ୍ୟ, ବଗିଚା କାର୍ଯ୍ୟ, ମେସ୍ କିମ୍ବା ୱାର୍ଡ ବାଳକ ଭାବେ କାର୍ଯ୍ୟ କରିବେ।

ବିଶ୍ୱବିଦ୍ୟାଳୟ ନିଜ କର୍ମଚାରୀଙ୍କୁ କେୟାର-ଟେକର୍(ବାଳକ ହଷ୍ଟେଲ ପାଇଁ) ଏବଂ ମ୍ୟାଟ୍ରନ୍(ବାଳିକା ହଷ୍ଟେଲ ପାଇଁ) ଭାବେ ନିୟୋଜିତ କରାଇବେ। ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ହଷ୍ଟେଲଗୁଡ଼ିକର କାର୍ଯ୍ୟ ପାଇଁ ଆବଶ୍ୟକ ଲୋକଙ୍କୁ ନିୟୋଜିତ କରିବାକୁ ନିଶ୍ଚିତ କରିବା ବିଶ୍ୱବିଦ୍ୟାଳୟର ଦାୟିତ୍ବ। ଏଥିସହ ବିଶ୍ବବିଦ୍ୟାଳୟ ଗେଷ୍ଟ ହାଉସ୍, ଟ୍ରାଞ୍ଜିଟ୍ ହାଉସ୍, ଏଚ୍‌ଆରଡିସି, ଟ୍ରେନିଂ ସେଣ୍ଟର୍‌ ଆଦି ମଧ୍ୟ ଆଉଟ୍‌ସୋର୍ସିଂ ମୋଡ୍‌ରେ ଚାଲିବ। ହଷ୍ଟେଲ କେୟାର-ଟେକର୍/ମ୍ୟାଟ୍ରନ୍‌ ବ୍ୟତୀତ ଭବିଷ୍ୟତରେ ହଷ୍ଟେଲ, ଗେଷ୍ଟ ହାଉସ୍, ଟ୍ରେନିଂ ସେଣ୍ଟର ଆଦିରେ କୌଣସି ମଞ୍ଜୁରିପ୍ରାପ୍ତ କିମ୍ବା ଖାଲି ପଦରେ ନୂତନ ନିଯୁକ୍ତି ଦିଆଯିବ ନାହିଁ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe