ଭୁବନେଶ୍ୱର :ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ କ୍ଷେତ୍ରରେ ସପ୍ତମ ବେତନ କମିସନ ସୁପାରିସକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା, ଅବସର ବୟସ ସୀମାକୁ ୬୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପରି ବିଭିନ୍ନ ଦାବି ନେଇ ଆଜିଠାରୁ ଆନ୍ଦୋଳନ ଡାକରା ଦେଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ମହାସଂଘ ଏବେ ଆନ୍ଦୋଳନକୁ ସ୍ଥଗିତ ରଖିଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୨୫ରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସମୟ ଦେଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ୨୩ ତାରିଖଠାରୁ ହେବାକୁ ଥିବା ଶିକ୍ଷକ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଆଲୋଚନା ପରେ ୨୮ ତାରିଖରେ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଛି। ଆଜି ବସିଥିବା କାର୍ଯ୍ୟକାରିଣୀ ବୈଠକରେ ମହାସଂଘର ସଭାପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଓୟୁଏଟିର ଡ. ଏକେ ନାୟକ, ଏସ୍ଏନ୍ ମିଶ୍ର୍ର, ଉତ୍ତର ଓଡ଼ିଶା ବିଶ୍ୱବିିଦ୍ୟାଳୟର ଏକେ ବସ୍ତିଆ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପିକେ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ
Advertisment
Follow Us