Advertisment

ଆକାଉଣ୍ଟରୁ ଟଙ୍କା ଖାଲି, ଥାନାର ଦ୍ୱାରସ୍ଥ ହେଲେ କୁଡିବାହାଲି ଗ୍ରାମବାସୀ

Advertisment
ଆକାଉଣ୍ଟରୁ ଟଙ୍କା ଖାଲି, ଥାନାର ଦ୍ୱାରସ୍ଥ ହେଲେ କୁଡିବାହାଲି ଗ୍ରାମବାସୀ

ଘଣ୍ଟାପଡ଼ା : ପାସ ବୁକ ଖୋଲି ଗ୍ରାହକଙ୍କ ଅଜାଣତରେ ଟଙ୍କା ଉଠାଇ ନିଆଯାଇଛି। ଏ ନେଇ କୁଡିବାହାଲ ଗ୍ରାମର ଗ୍ରାହକମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଯେ ଚାରି ବର୍ଷ ପୂର୍ବରୁ କୋଡିବାହାଲ ଗ୍ରାମବାସୀ ବ୍ୟାଙ୍କ ଆଫ ବରୋଦା ଅନୁମୋଦିତ କିଓସ୍କୋ କଣ୍ଟାମାଳ ଶାଖାରେ ଖାତା ଖୋଲିଥିଲେ। କିନ୍ତୁ ପାସ ବୁକ୍ କିମ୍ବା ଆକାଉଣ୍ଟ ନମ୍ବର ପାଇ ନଥିଲେ। କିଛିଦିନ ପରେ ସରକାରଙ୍କ କାଳିଆ ଟଙ୍କା ଉଠାଣ ପାଇଁ ଯିବା ବେଳେ ଟଙ୍କା ପଡ଼ି ନଥିବା ବ୍ୟାଙ୍କ କର୍ତୃପକ୍ଷ କହିଥିଲେ। ଫଳରେ ଗ୍ରାମର ପ୍ରାୟ ୧୭ ଜଣ ହିତାଧିକାରୀ ଜନସେବା କେନ୍ଦ୍ରକୁ ଆସି ପଚାରି ବୁଝିଥିଲେ।

ସେଠାରେ ସେମାନେ ଖୋଲିଥିବା ବରୋଦା ବ୍ୟାଙ୍କର ପାସ୍‌ବୁକରେ ଟଙ୍କା ପଡ଼ିଥିବା କହିଥିଲେ। ପରେ ଏ ନେଇ କଣ୍ଟାମାଳସ୍ଥିତ କିଓସ୍କୋକୁ ଆସି ବୁଝିଲା ବେଳକୁ ତାଙ୍କର ସମସ୍ତ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ସେମାନଙ୍କ ବିନା ଟିପ ଚିହ୍ନ କିମ୍ବା ଦସ୍ତଖତରେ କିଏ କିପରି ଟଙ୍କା ଉଠାଣ କଲା ସେ ନେଇ ଗ୍ରାମବାସୀ ଆଶ୍ଚର୍ଯ୍ୟପ୍ରକାଶ କରିଛନ୍ତି। ଗ୍ରାମର ଶମ୍ଭୁ ନାଏକ, ବସନ୍ତ ଭୋଇ, ଜଳନ୍ଧର ପ୍ରଧାନ, ଜୟରାମ ବାରିକ, ଜୟନ୍ତୀ ବାରିକ, ସୁଭଦ୍ରା ଭୋଇ, ସୁଦାମ ନାଏକ, ସେବତୀ ନାଏକ, ଭାନୁମତୀ ନାଏକ, କ୍ଷେତି ଗୁରାଣ୍ଡି, ଅକ୍ରୁର ପ୍ରଧାନ, ଇଲାବତୀ ନାଏକ, ହେମ ଭୋଇ, ନବୀନ କିଶୋର ମେଣ୍ଡିଲି, ରତ୍ନାକର ମେଣ୍ଡିଲି ଓ ନରସିଂହ ଗୁରାଣ୍ଡି ପ୍ରମୁଖ ଆଇନର ଆଶ୍ରୟ ନେଇଛନ୍ତି।

ଏନେଇ କଣ୍ଟାମାଳ ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି, ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ତେବେ ଏପରି ଅର୍ଥ ଘୋଟାଲା ଘଟଣା ଉପରୁ ଖୁବ ଶୀଘ୍ର ପରଦା ଉଠାଇ ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe