iStock
ଯାଜପୁରସଦର: ଯାଜପୁର ଟାଉନ ଥାନା ଚଇନପୁର ପଞ୍ଚାୟତ ଗୁରୁଦାସପୁରରେ ଥିବା ଜଳାଶୟରେ ଏକ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତଦେହଟି ଜାଲରେ ଗୁଡ଼େଇ ହୋଇଥିଲା। ଆଜି ଅପରାହ୍ଣରେ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଜଣାଇଥିଲେ।
ଯାଜପୁର ସଦର ଥାନାଧିକାରୀ ମାନସ ରଂଜନ ଚକ୍ର ପହଞ୍ଚି ଅନୁସନ୍ଧାନ କରିବା ପରେ ଘଟଣାସ୍ଥଳଟି ଟାଉନ ଥାନା ଅଞ୍ଚଳର ହୋଇଥିବାରୁ ଟାଉନ ଥାନାକୁ ଅବଗତ କରାଇଥିଲେ। ମୃତଦେହଟି କାହାର ଜଣାପଡ଼ିନାହିଁ। ଜାଲ ଗୁଡ଼େଇ ହୋଇ ପଡ଼ିଥିବାରୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
Follow Us