କେନ୍ଦୁଗୁଡ଼ାରେ ଅଜଣା ରୋଗ : ଆଉ ଜଣେ ମୃତ; ମୃତ୍ୟୁ ସଂଖ୍ୟା ୧୫ ଛୁଇଁଲା

Advertisment

ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

କଳାହାଣ୍ଡିକୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ

image source-sisat

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡ଼ାକୋଣ୍ଡା ପଞ୍ଚାୟତ କେନ୍ଦୁଗୁଡ଼ା ଗାଁରେ ଅଜଣା ରୋଗରେ ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଯାହାକୁ ନେଇ ଏବେ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ରୋଗ ଚିହ୍ନଟ ନହେବା ଚିନ୍ତାର ବିଷୟ ପାଲଟିଛି। ଏମିତି ସ୍ଥିତିରେ ଗ୍ରାମବାସୀ ସ୍ବାସ୍ଥ୍ୟ ବିଭାଗ ଉପରୁ ଆସ୍ଥା ତୁଟାଇ ଗୁଣିଗାରେଡ଼ିର ସାହାରା ନେଇଛନ୍ତି। କିଛି ଦିଶାରୀ ତଥା ଗୁଣିଆଙ୍କ ଦ୍ବାରା ରୋଗୀଙ୍କ ପାରଂପରିକ ଚିକିତ୍ସା କରାଯାଉଛି। ତେବେ ଆଜି ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛି।

ଦୁଇ ମାସ ହେଲା ଗାଁରେ ଅଜଣା ରୋଗ ଯୋଗୁଁ ୧୫ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଗତକାଲି ଗାଁର ସମରା କାବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନା କାବାସୀ ବୋଲି ସୂଚନା ମିଳିଛି। ସେହିପରି ଗୁରୁତର ଅବସ୍ଥାରେ ଗାଁରେ ୧୦ଜଣ ରହିଛନ୍ତି। ଆଜି ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା ଆରମ୍ଭ କରିଛି। ତେବେ ଲକ୍ଷଣ ଦେଖିବା ସତ୍ତ୍ବେ ଡାକ୍ତରୀ ଟିମ୍ ରୋଗ ଚିହ୍ନଟ କରିପାରି ନାହିଁ। ରୋଗୀର ଗୋଡ଼ହାତ ଫୁଲିବା ସହ ପେଟରେ ଭୀଷଣ ଯନ୍ତ୍ରଣା ହେଉଛି। ଏହାପରେ ଜ୍ବର ହୋଇ ମୃତ୍ୟୁ ହେଉଛି। ପ୍ରାଥମିକ ତଦନ୍ତରୁ କିଡନି ରୋଗ ବା ଆନ୍ଥ୍ରାକ୍ସର ଲକ୍ଷଣ ରହିଥିବା ଡାକ୍ତରୀ ଟିମ୍ ଅନୁମାନ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଭଲ ରୂପେ ଯାଞ୍ଚ କରିବା ପରେ ଅନ୍ୟ କିଛି ରୋଗ ହୋଇଥାଇ ପା‌ରେ ବୋଲି ଆଶଙ୍କା କରୁଛି। ଯଦି ତୁରନ୍ତ ପ୍ରତିକାର ବ୍ୟବସ୍ଥା କରା ନଯାଏ ତେବେ ଅବସ୍ଥା ଅସମ୍ଭାଳ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe