ମୁନିଗୁଡ଼ାରେ ଅଜଣା ରୋଗ ଆତଙ୍କ : ୨ ମାସରେ ଆଖି ବୁଜିଲେଣି ୧୦, ଅନେକ ଆକ୍ରାନ୍ତ

Advertisment
ମୁନିଗୁଡ଼ାରେ ଅଜଣା ରୋଗ ଆତଙ୍କ : ୨ ମାସରେ ଆଖି ବୁଜିଲେଣି ୧୦, ଅନେକ ଆକ୍ରାନ୍ତ

image source--indiatoday

ରାୟଗଡ଼ା/ମୁନିଗୁଡ଼ା : ମୁନିଗୁଡ଼ା ବ୍ଲକ୍ ଟିକରପଡ଼ା ଗାଁରେ ଅଜଣା ରୋଗ ଆତଙ୍କ। ଗତ ୨ ମାସ ମଧ୍ୟରେ ଆଖି ବୁଜିଲେଣି ଗାଁର ୧୦ ଜଣ ବ୍ୟକ୍ତି। ବହୁ ଲୋକ ଆକ୍ରାନ୍ତ ହୋଇ ବିଷମକଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଜଣେ ରୋଗୀଙ୍କ ରିପୋର୍ଟ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇଛି। ଗାଁରେ ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ କରି ଲୋକଙ୍କୁ ସଚେତନ କରିବା ସହିତ ଚିକିତ୍ସା ଆରମ୍ଭ କରିଛି।

ସୂଚନା ଅନୁସାରେ, ୨ ମାସ ମଧ୍ୟରେ ଟିକରପଡ଼ାର ମୀରା ପଲକିଆ, ଶବର ଗରଡ଼ିଆ, ରୁକୁନି ଗରଡ଼ିଆ, ସୁକ ବାଘ, ବିଭୁ କିଶୋର ବାଘ, ଜିତୁ କନ୍ଧପାଣି, ବୀର କରକରିଆ, ରଥ ନାଗ, ସିକେନ୍ଦ୍ର ବାଗଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଊର୍ଧ୍ବ ବର୍ତ୍ତମାନ ବିଷମକଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ବ୍ୟକ୍ତିଙ୍କ ମଧ୍ୟରୁ ଆନନ୍ଦ ବାଘ ନାମକ ବ୍ୟକ୍ତିଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ୧୩ ତାରିଖ ଦିନ ପଜିଟିଭ୍ ରିପୋର୍ଟ ଆସିଥିବା ବେଳେ ୧୫ ତାରିଖରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆନନ୍ଦଙ୍କୁ ଆବଶ୍ୟକ ଔଷଧ ଲେଖି ଡାକ୍ତରଖାନାରୁ ଡିସଚାର୍ଜ କରିଛନ୍ତି। ଏହି ଘଟଣା ନଜରକୁ ଆସିବା ପରେ ଏକ ଡାକ୍ତରୀ ଟିମ୍‌ ଆଜି ଗାଁରେ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe