ଖକ୍ସି ଗାଁରେ ଅଜଣା ରୋଗ ଆତଙ୍କ : ୧୮ଦିନରେ ୪ମୃତ, ୧୫ରୁ ଅଧିକ ଆକ୍ରାନ୍ତ

Advertisment
ଝିଅ ବିକ୍ରିର ହୃଦୟବିଦାରକ ଅନ୍ତ : ଉଜୁଡ଼ିଗଲା ପୂରା ପରିବାର

image source-indiatoday

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଖକ୍ସି ଗାଁରେ ଅଜଣା ରୋଗ ଆତଙ୍କ ‌ସୃଷ୍ଟି କରିଛି। ଏହି ଅଜଣା ରୋଗରେ ଗତ ୧୮ ଦିନ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ବି ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ଗତ ସୋମବାର ଗୁରୁତର ୫ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଲାଞ୍ଜିଗଡ଼ ଏମ୍‌ଏଚ୍‌ୟୁ ଟିମ୍‌ ଡାକ୍ତର ନରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଗାଁରେ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା ଆରମ୍ଭ କରିଛି। ଏବେ ଆଉ ଭୟ କରିବାର କାରଣ ନାହିଁ, ସମସ୍ତେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସିଡିଏମ୍ଓ ଜଗୁଲାଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଖକ୍ସି ଗାଁରେ ଗତ ୧୮ ଦିନ ହେଲା ଏକ ଅଜଣା ରୋଗ ବ୍ୟାପିଛି। ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକେ ହଠାତ୍‌ ଅସୁସ୍ଥ ହୋଇ ପଡ଼ୁଛନ୍ତି। ଆକ୍ରାନ୍ତଙ୍କ ପେଟ, ହାତ ଓ ଗୋଡ଼ ଫୁଲି ଯାଉଛି। ୪ ଜଣ ରୋଗାକ୍ରାନ୍ତ ଶୁକ୍ରୁ ମାଝୀ(୩୮), ବୁତେ ମାଝୀ(୬୦), ଭୁର୍ଷି ମାଝୀ(୬୫) ଓ ସାରା ମାଝୀ(୬୦)ଙ୍କ ମୃତ୍ୟୁ ଘଟିଛି। ବୁଧବାର ମଧ୍ୟ ଲାଞ୍ଜିଗଡ଼ ଡାକ୍ତରୀ ଦଳ ସେହି ଗାଁକୁ ଯାଇ ବିଭିନ୍ନ ରୋଗର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ତେବେ, ରୋଗର କାରଣ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe