ଗଛମୂଳେ ଅସହାୟଙ୍କ ମୃତ୍ୟୁ ପରେ ଚେତିଲେ ଏସ୍‌ସିବି କର୍ତୃପକ୍ଷ : ଅସହାୟଙ୍କ ପାଇଁ ଖୋଲିବ ୫ଟି ସ୍ବତନ୍ତ୍ର ୱାର୍ଡ

ଗଛମୂଳେ ଅସହାୟଙ୍କ ମୃତ୍ୟୁ ପରେ ଚେତିଲେ ଏସ୍‌ସିବି କର୍ତୃପକ୍ଷ : ଅସହାୟଙ୍କ ପାଇଁ ଖୋଲିବ ୫ଟି ସ୍ବତନ୍ତ୍ର ୱାର୍ଡ

କଟକ : ଚିକିତ୍ସା ନପାଇ ଗଛମ‌ୂଳେ ଅସହାୟ ଅବସ୍ଥାରେ ପଡ଼ି ଜଣେ ଅସହାୟ ରୋଗୀ ପ୍ରାଣ ହରାଇବା ପରେ ଏସସିବି କର୍ତୃପକ୍ଷ ତତ୍ପର ହୋଇଛନ୍ତି। ତିନିରୁ ସାତଦିନ ଭିତରେ ଏସ୍‌ସିବିର ‌ଶଲ୍ୟ, ଅସ୍ଥିଶଲ୍ୟ, ମେଡିସିନ୍‌, ପ୍ରସୂତି ଓ ଶିଶୁରୋଗ ବିଭାଗରେ ସ୍ବତନ୍ତ୍ରଭାବେ ଅସହାୟ ରୋଗୀଙ୍କ ପାଇଁ ୱାର୍ଡ ଖୋଲାଯିବ। ଯେଉଁଥି‌େର ମେଡିକାଲକୁ ଆସୁଥିବା ଅସହାୟ ପୁରୁଷ ଓ ମହିଳା ରୋଗୀଙ୍କ ପାଇଁ ସ୍ବତନ୍ତ୍ରଭାବେ ୱାର୍ଡରେ ବ୍ୟବସ୍ଥା କରାଯିବ। ‌ ଖୋଲାଯିବାକୁ ଥିବା ଅସହାୟଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ନିମନ୍ତେ ୫ଟି ବିଭାଗର ମୁଖ୍ୟମାନଙ୍କୁ ଏସ୍‌ସିବି ଅଧୀକ୍ଷକ ଚିଠି ଲେଖି ତୁରନ୍ତ ୱାର୍ଡ ହେବାକୁ ଥିବା ସ୍ଥାନକୁ ଖାଲି କରିବାକୁ ଲେଖିଥିବା ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଏସ୍‌ସିବିରେ ୧୧୪ଜଣ ଅସହାୟ ରୋଗୀ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ସେଥିରୁ ମାନସିକ ରୋଗ ବିଭାଗରେ ୭୩ ଜଣ , ଅସ୍ଥିଶଲ୍ୟ ବିଭାଗରେ ୨୭ଜଣ, ସ୍ନାୟୁଶଲ୍ୟ ବିଭାଗରେ ୬ଜଣ, ଶଲ୍ୟ ବିଭାଗଓ ମେଡିସିନ୍‌ ବିଭାଗରେ ୩ ଜଣ ଲେଖାଏଁ ଓ ଆଶୁ ଚିକିତ୍ସା କେନ୍ଦ୍ରରେ ୨ଜଣ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ ଏସ୍‌ସିବିରେ ଶଲ୍ୟ, ଅସ୍ଥିଶଲ୍ୟ, ମେଡିସିନ୍‌, ପ୍ରସୂତି ଓ ଶିଶୁରୋଗ ବିଭାଗରେ ଥିବା ୱାର୍ଡର କିଛି ଅଂଶକୁ ଅସହାୟଙ୍କ ପାଇଁ ରଖାଯିବ। ସେଠାରେ ଅସହାୟ ରୋଗୀଙ୍କ ପାଇଁ ପୁରୁଷ ଓ ମହିଳା ୱାର୍ଡ କରାଯାଇ ସେହି ଅନୁସାରେ ଅସହାୟ ରୋଗୀଙ୍କ ଚିକିତ୍ସା କରାଯିବ। ତେବେ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଗଲେ ଅସହାୟଙ୍କ ପାଇଁ ଆଟେଣ୍ଡାଣ୍ଟ ସମସ୍ୟା ଯେଉଁ ରହୁଥିଲା ସେହି ସମସ୍ୟାର ସମାଧାନ ହୋଇପାରିବ। ସବୁ ବ୍ୟବସ୍ଥା ସହ ଲୋକଙ୍କ ମଧ୍ୟରେ ସଚେତନତା ନଆସିଲେ ଏହାର ସମାଧାନ ହୋଇପାରିବ ନାହିଁ ବୋଲି କହିଛନ୍ତି ଜରୁରିକାଳୀନ ଅଧିକାରୀ ଡାକ୍ତର ମହାରଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe