ନବରଙ୍ଗପୁରର ଦୁଇଟି ବ୍ଲକରେ ଅଜଣା ଭୂତାଣୁ ଚି଼ହ୍ନଟ

ନବରଙ୍ଗପୁରର ଦୁଇଟି ବ୍ଲକରେ ଅଜଣା ଭୂତାଣୁ ଚି଼ହ୍ନଟ

twitter.com/ANI

ଭୁବନେଶ୍ବର: ନବରଙ୍ଗପୁରର ଦୁଇଟି ବ୍ଲକରେ ଅଜଣା ଭୂତାଣୁ ଚି଼ହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସେ କହିଛନ୍ତି, ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକରେ ୧୮ ଜଣ ରୋଗୀ ଅଛନ୍ତି, ଯେଉଁମାନଙ୍କର ଜ୍ୱର ସହ ରାସେସ୍ ଅଛି।  ଆଇସିଏମଆରକୁ ସମସ୍ତଙ୍କ ସାମ୍ପୁଲ ପଠାଯାଇଛି। ଏହା ସ୍କ୍ରବ ଟାଇଫସ କି ଲେପଟୋସ୍ପାଇରାସିସ ନାହିଁ ରୁବେଲା ଭାଇରସ ଵି ହୋଇପାରେ। ଏବେ ସ୍ଥିତି ସ୍ୱାଭାବିକ ଅଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେଠାକୁ ଯାଇ ସାମ୍ପୁଲ ଆଣିଛି। ଏଣେ ଆଜି ୫ ନମୁନାର ରିପୋର୍ଟ ଆସିଛି। ୨ ନମୁନାରେ ରୁବେଲା ପଜିଟିଭ ଚିହ୍ନଟ। ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ ହୋଇଛି।

ଏଣେ ରାଜ୍ୟରେ ୭୮୬ ଅଂଶୁଘାତ ମାମଲା ଆସିଥିବା ନେଇ ସେ ସୂଚନା ଦେଇଛନ୍ତି।   ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ, ବାଲେଶ୍ୱର ଓ ମୟୁରଭଞ୍ଜରେ ମୃତ୍ୟୁ ହୋଇଛି। ୧୭ଜଣଙ୍କ ମୃତ୍ୟୁ ନେଇ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe