ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ ପରିସରରେ ଶହଶହ ନମ୍ବରବିହୀନ ଗାଡ଼ି; ଆରଟିଓ କାର୍ଯ୍ୟାଳୟ ନିରବ, କାହା ସ୍ୱାର୍ଥରେ

Advertisment
ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ ପରିସରରେ ଶହଶହ ନମ୍ବରବିହୀନ ଗାଡ଼ି; ଆରଟିଓ କାର୍ଯ୍ୟାଳୟ ନିରବ, କାହା ସ୍ୱାର୍ଥରେ

thegoan.net

ଯାଜପୁର : ଚଣ୍ଡିଖୋଲ ଆରଟିଓ ଅଧୀନରେ ଥିବା ଧର୍ମଶାଳା ତହସିଲର ଶହଶହ କଳାପଥର ଖାଦାନ, ସୁକିନ୍ଦା ତହସିଲର କଳିଆପାଣି କ୍ରୋମ ଉପତ୍ୟକାର ଏକାଧିକ ଖାଣିଖାଦାନ, ଦାନଗଦୀ ତହସିଲର କଳିଙ୍ଗନଗର ଶିଳ୍ପାଞ୍ଚଳର ବୃହତ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ବର୍ଷ ବ‌ର୍ଷ ଧରି ଶହ ଶହ ନମ୍ବର ବିହୀନ ଗାଡି ଚଳାଚଳା କରୁଛି।

କିଛିଦିନ ପୂର୍ବରୁ ଏକ କାରଖାନା ପରିସରରୁ କଳିଙ୍ଗନଗର ଥାନା ପୁଲିସ ୩ଟି ଗାଡ଼ି ଜବତ କରି ଜରିମାନା ଆଦାୟ କରି ଛାଡ଼ି ଦେଇଥିଲେ। ଜାତୀୟ ରାଜପଥ ଓ ରେଲୱେ ନିର୍ମାଣରେ ମଧ୍ୟ ଠିକାସଂସ୍ଥାର ‌ଗାଡ଼ିଗୁଡ଼ିକ ଟିକସ ଫାଙ୍କି ନିୟମିତ ନିର୍ମାଣ କାମରେ ଲାଗିଛନ୍ତି। ସେହିପରି ଯାଜପୁର ଆରଟିଓ ଅଧୀନରେ ଯାଜପୁର ସହର‌ରେ ଚାଲିଥିବା ଏକାଧିକ ମେଗା ପ୍ରକଳ୍ପଗୁଡ଼ିକରେ ମଧ୍ୟ ଠିକାଦାରମାନଙ୍କର ଶହଶହ ‌ଗାଡ଼ି ଟିକସ ଫାଙ୍କି ଚାଲିଛି।ଧର୍ମଶାଳା ଓ ଜେନାପୁର ଥାନା ଅଞ୍ଚଳରେ କଳାପଥର ଖାଦାନଗୁଡ଼ିକରେ ଶହ ଶହ ନମ୍ବରବିହୀନ ଟ୍ରାକ୍ଟର, କମ୍ପ୍ରେସର, ଜେସିବି ଓ ଲୋଡ଼ର ପ୍ରଭୃତି କାମ କରୁଛି। ବିଶେଷକରି ‌ଦେଢମାସ ହେଲା ଜିଲ୍ଲା ପ୍ରଶାସନ ତ୍ରିସ୍ତରୀୟ ପଞ୍ଚାୟତ ଓ ପରେ ପରେ ପୌର ନିର୍ବାଚନରେ ବ୍ୟସ୍ତ ରହିବା ସୁଯୋଗରେ ତହସିଲ, ଥାନା, ଫାଣ୍ଡିର କେତେକ ଅଧିକାରୀଙ୍କୁ ଚୋରା ଲଘୁଖଣିଜ ବ୍ୟବସାୟୀ ବିଶ୍ବାସକୁ ନେଇ ବେଆଇନ କାରବାରକୁ ବ୍ୟାପକ କରିଛନ୍ତି।

ଅନ୍ୟପକ୍ଷରେ, ପ୍ରଭାବଶାଳୀ ଖଣି ମାଲିକ, ଶିଳ୍ପପତି, ଠିକାଦାରମାନଙ୍କର ଗାଡ଼ିକୁ ଜବତ କରିବାକୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ଦୁଇ ଦୁଇଟି ଆରଟିଓ କାର୍ଯ୍ୟାଳୟର ଅଧିକାରୀଙ୍କର ସେପରି ଆଖିଦୃଶିଆ ପଦକ୍ଷେପ ନାହିଁ। ଶହଶହ ଗାଡ଼ି ରୋଡ୍ ଟିକସ୍, ଇନସ୍ୟୁରାନ୍ସ, ଫିଟନେସ୍, ପରିମିଟ୍, ପ୍ରଦୂଷଣ ଆଇନକୁ ଖୋଲା ଉଲ୍ଲଂଘନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe