ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ରାଇଛନ୍ଦା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁଚରଣ ସାହୁଙ୍କ ଏକମାତ୍ର ପୁଅ ଅବିନାଶ ଓରଫ ସୁନି(୨୯)ଙ୍କର ସୋମବାର ସଂଧ୍ୟାରେ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି। ସେ ନିଜ କାର୍‌ରେ କାମାକ୍ଷାନଗର ଯାଇଥିଲେ। ୨ଶହ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି ନିକଟରେ ତାଙ୍କ କାର୍‌ ନିକଟରେ ସେ ପଡ଼ି ରହିଥିଲେ। ତାଙ୍କ ମୁଣ୍ତ ପଛପଟେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକ କାମାକ୍ଷାନଗର ଡାକ୍ତରଖାନାରେ ପହଞ୍ଚିଛନ୍ତି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ।

୨୯ ବର୍ଷୀୟ ସୁନିଙ୍କର ଗତ ଜୁନ୍ ୨୦ ତାରିଖରେ ବିବାହ ହୋଇଥିଲା। ତାଙ୍କ ଆକସ୍ମିକ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଥିବାବେଳେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe