new indian express
ଢେଙ୍କିକୋଟ: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ଼ସିଣାବିଲ୍ଲା ଗ୍ରାମର ଚିତ୍ତ ମୁଣ୍ଡା (୨୦) ନାମକ ଜଣେ ଟ୍ରାକ୍ଟର ଚାଳକଙ୍କ ଗତକାଲି ରାତିରେ ଅସ୍ବାଭାବିକ ମୃତ୍ୟୁ ଘଟିଛି। ଚିତ୍ତ ବିଲ କାଦୁଅ କରି ଘରକୁ ଫେରିବା ପରେ ରାତି କିଛି ନ ଖାଇ ଶୋଇ ପଡ଼ିଥିଲେ।
ରାତି ପ୍ରାୟ ୨ଟା ସମୟରେ ସେ ବାରମ୍ବାର ସଂଜ୍ଞାହୀନ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଘଟଗାଁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀସେନ ବାଗ ପାଟଣାରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
Follow Us