ଭୁବନେଶ୍ୱର : ଓଡ଼ିଶା ସରକାର ଗତକାଲି ଜନଜାତିମାନଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ଉତ୍କଳ ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଉଦ୍ଘାଟନ ସୂଚନା ଓ ଫଟୋ ଟ୍ଵିଟ୍ କରାଯାଇଥିଲା। ଆଜି ମିଳିତ ଜାତିସଂଘ(ୟୁଏନ୍ଓ) ପକ୍ଷରୁ ଏହାର ରିଟ୍ଵିଟ୍ କରାଯାଇଛି। ୟୁଏନ୍ଓ ପକ୍ଷରୁ ଖୁବ୍ କମ୍ ସରକାରୀ କାର୍ଯ୍ୟକ୍ରମର ରିଟ୍ଵିଟ୍ କରାଯାଏ। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗୁରୁତ୍ୱ ବହନ କରୁଥିବାରୁ ୟୁଏନ୍ଓ ପକ୍ଷରୁ ଏହାକୁ ରିଟ୍ଵିଟ୍ କରାଯାଇଥିବା କୁହାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us