ପାଉଣା ନ ପାଇ ଶ୍ରମିକଙ୍କ ଧାରଣା

Advertisment
ପାଉଣା ନ ପାଇ ଶ୍ରମିକଙ୍କ ଧାରଣା

ଚାନ୍ଦବାଲି: ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକମାନେ ନିଜର ପାଉଣା ନ ପାଇ କମ୍ପାନି ଫାଟକ ନିକଟରେ ଶ୍ରମିକମାନେ ଧାରଣାରେ ବସିଥିଲେ। ମାସ ମାସ ଧରି କାମ କରି ମଜୁରି ଟଙ୍କା ନ ପାଇବା ପରେ ଆଜି ପୂର୍ବାହ୍ନ ୧୦ ଘଟିକାରୁ ଶ୍ରମିକମାନେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଳୟ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ।

ଚାନ୍ଦବାଲି ଅଞ୍ଚଳରେ କାର୍ଯ୍ୟ କରୁଥିବା ମେଗା ପାନୀୟ ଜଳ ପ୍ରକଳ୍ପର  ଠିକାଦାର ରବୀନ୍ଦ୍ର ଦୁବେ ଶ୍ରମିକମନେଙ୍କୁ କାର୍ଯ୍ୟରେ ଲଗାଇ ମଜୁରି ନ ଦେଇ ଫେରାର ହୋଇଯାଇଛନ୍ତି। ଗତ ଦୁଇ ମାସ ହେଲା ଉକ୍ତ ଠିକାଦାର ଜଣଙ୍କ ଶ୍ରମିକମାନଙ୍କର ପଇସା ନ ଦେଇ ଆଜିକାଲି କହି ଠକି ଚାଲୁଥିଲା। ଏ ବାବଦରେ କମ୍ପାନିର ବହୁ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶ୍ରମିକମାନଙ୍କୁ ସେମାନଙ୍କର ପାରିଶ୍ରମିକ ଅର୍ଥ ମିଳି ନ ଥିଲା। ତେବେ ଆଜି ୮ରୁ ଉର୍ଦ୍ଧ୍ବ ଶ୍ରମିକ ପ୍ରକଳ୍ପ ଅଫିସ ଆଗରେ ଧାରଣାରେ ବସିଥିଲେ। ଦୁଇ ଘଣ୍ଟା ପରେ ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ପହଞ୍ଚିଥିଲା। ପୁଲିସ ଉପସ୍ଥିତିରେ ମେଗା ପ୍ରକଳ୍ପର ଅଧିକାରୀ ଓ ଶ୍ରମିକମାନଙ୍କ ମଧ୍ୟ‌େର ଆଲୋଚନା ହୋଇଥିଲା। ଆସନ୍ତା ଗୁରୁବାର ଶ୍ରମିକମାନଙ୍କୁ ଟଙ୍କା ମିଳିବା ପ୍ରତିଶ୍ରୁତି ମିଳିବା ପରେ ଶ୍ରମିକମାନେ ଧାରଣାରୁ ଉଠିଛନ୍ତି l ଯଦି ଆସନ୍ତା ଗୁରୁବାର ଟଙ୍କା ନ ମିଳେ ତେବେ ପୁଣି ଶ୍ରମିକମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l ଶ୍ରମିକମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ଦାସ, ମଙ୍କେଶ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ରାଜୀବ ସାହୁ ଓ ମାନସ ମହାଳିକ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe