ଅସୁରକ୍ଷିତ ନାବାଳିକା: ୩ ବର୍ଷରେ ୮୧୯ ଦୁଷ୍କର୍ମ, ଗଞ୍ଜାମରେ ସର୍ବାଧିକ ୪୯୯ ମାମଲା

Advertisment

ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅଧୀନରେ ରହିଥିବା ୫ଟି ପୁଲିସ ଜିଲ୍ଲାରେ ଗତ ତିନିବର୍ଷ ମଧ୍ୟରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଦରଜ ହୋଇଛି ସର୍ବାଧିକ ୪୯୯ ମାମଲା।

ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅଧୀନରେ ରହିଥିବା ୫ଟି ପୁଲିସ ଜିଲ୍ଲାରେ ଗତ ତିନିବର୍ଷ ମଧ୍ୟରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଦରଜ ହୋଇଛି ସର୍ବାଧିକ ୪୯୯ ମାମଲା।

scss

Photograph: ( The Hindu)

ସୁଦୀପ୍ତ ଷଡ଼ଙ୍ଗୀ
ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅଧୀନରେ ରହିଥିବା ୫ଟି ପୁଲିସ ଜିଲ୍ଲାରେ ଗତ ତିନିବର୍ଷ ମଧ୍ୟରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଦରଜ ହୋଇଛି ସର୍ବାଧିକ ୪୯୯ ମାମଲା। ନାବାଳିକାଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ତାହା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
 ନାବାଳିକା ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଏବଂ ମାମଲାର ତ୍ବରିତ୍‌ ବିଚାରଣା ଲାଗି ୨୦୧୨ ମସିହାରେ ପୋକ୍‌ସୋ ଆଇନ କାର୍ଯ୍ୟକାରୀ କରାଯାଇଥିଲା। ଏଥିପାଇଁ ସାରା ଦେଶରେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ତଥା ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯାଇଛି। ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହି କୋର୍ଟଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଦୁଷ୍କର୍ମ ଘଟଣାକୁ ରୋକିବା ଦିଗରେ ପୁଲିସ ସେତେଟା ସଫଳ ହୋଇ ପାରୁନାହିଁ।
ଗଞ୍ଜାମରେ ସର୍ବାଧିକ ୪୯୯ ମାମଲା
‘ପେଡୋଫିଲିଆ’ ଅନ୍ୟତମ କାରଣ
ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜରେ ଗତ ୨୦୨୨ରୁ ୨୦୨୪, ତିନି ବର୍ଷ ମଧ୍ୟରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଛି। ଗତ ୨୦୨୨ରେ ୫ଟି ପୁଲିସ ଜିଲ୍ଲାରେ ମୋଟ ୨୫୨ ମାମଲା ରୁଜୁ ହୋଇଥିବା ବେଳେ ୨୦୨୩ରେ ୨୬୨ ଓ ୨୦୨୪ରେ ଏହା ୩୦୫ରେ ପହଞ୍ଚିଥିଲା। ସେହିପରି ଗଞ୍ଜାମ ପୁଲିସ ଜିଲ୍ଲାରେ ଏହି ତିନିବର୍ଷରେ ୨୫୦ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୨୪୯ ମାମଲା ରୁଜୁ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ୧୪୮, ଗଜପତି ଜିଲ୍ଲାରେ ୧୨୬ ଓ ବୌଦ୍ଧ ଜିଲ୍ଲାରେ ୪୬ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ପ୍ରତ୍ୟେକ ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟକ୍ଷମ ରହିଛି। ବିଭିନ୍ନ ସମୟରେ ଏହି ଡେସ୍କର ଅଧିକାରୀ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ତଥାପି ବିଭିନ୍ନ କାରଣରୁ ନାବାଳିକା ଦୁଷ୍କର୍ମ ଘଟଣା ବଢ଼ି ଚାଲିଛି।
ଏ ସମ୍ପର୍କରେ ଏମ୍‌କେସିଜି ମେଡିକାଲ ମାନସିକ ରୋଗ ବିଭାଗର ପ୍ରଫେସର ଡା.ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି, ଦୁଷ୍କର୍ମ ଚିନ୍ତାଧାରା ଅଧିକାଂଶ କ୍ଷେତ୍ରରେ ଏକ ମାନସିକ ବିକୃତିଜନିତ ରୋଗ। ଏହାକୁ ଚିକିତ୍ସାବିଜ୍ଞାନରେ ‘ପେଡୋଫିଲିଆ’ ବୋଲି କୁହାଯାଏ। ଏହି ରୋଗରେ ବିଭିନ୍ନ ବୟସର ବ୍ୟକ୍ତି ଆକ୍ରାନ୍ତ ହୋଇଥାନ୍ତି ଓ ଏହାର ଲକ୍ଷଣ ହେଲା, ଛୋଟ ପିଲାଙ୍କ ପ୍ରତି ଆକର୍ଷିତ ହେବା। ଅନେକ ସମୟରେ ସେମାନେ ଦୁଷ୍କର୍ମ ଘଟାଇଥାନ୍ତି। ଚିକିତ୍ସା ଦ୍ବାରା ଏହି ରୋଗରୁ ଉପଶମ ସମ୍ଭବ ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe