ସୁବର୍ଣ୍ଣପୁର ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ

୮ ବର୍ଷରେ ମଲେଣି ୮ ହାତୀ, ବଜ୍ରକାପ୍ତା ଚାଲାଣକାରୀ ସକ୍ରିୟ, ଧରୁଛି ଏସ୍‌ଟିଏଫ୍, ଜାଣିପାରୁନି ବନବିଭାଗ

ସୁବର୍ଣ୍ଣପୁର ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ। ସକ୍ରିୟ ହୋଇ ଉଠିଛନ୍ତି ଶିକାରୀ ଓ ମାଫିଆ। ଜିଲ୍ଲାରୁ ବଜ୍ରକାପ୍ତା ଚାଲାଣ ଓ ହାତୀ ଶିକାର ଘଟଣା ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଇଛି। ଗତ ୮ ବର୍ଷ ମଧ୍ୟରେ ଜିଲ୍ଲାରେ ୮ ହାତୀଙ୍କ ମୃତ୍ୟୁ ଘଟିଛି। ବଣୁଆ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିବା ପାଇଁ ‘ଏଲିଫ୍ୟାଣ୍ଟ ଟ୍ରାକିଂ’ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଗଜରାଜଙ୍କ ଜୀବନ ସଙ୍କଟରେ ରହିଛି। ଅଜସ୍ର ଅର୍ଥ ବ୍ୟୟ କରାଯାଇ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ଜଙ୍ଗଲ ସୃଷ୍ଟି କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ସେଭଳି ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଛି।

publive-image Telegraph India

କେବଳ ଜଙ୍ଗଲ ଭିତରେ ହାତୀ ଖାଦ୍ୟର ସୁବିଧା ପାଇଁ ସୋନପୁର ବନ ବିଭାଗ ରେଞ୍ଜ ପକ୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଶଙ୍ଖଚୋଳ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲର ରାସ୍ତାକଡ଼ରେ ବଣୁଆ ହାତୀମାନଙ୍କ ପାଇଁ ୧୦ ହେକ୍ଟର ଜମିରେ ୧୬ ହଜାର ହାତୀ ଖାଦ୍ୟ ଚାରା ରୋପଣ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ବଣୁଆ ହାତୀ ଖାଦ୍ୟ ଅନ୍ବେଷଣରେ ଆଉ ଜନବସତି ମଧ୍ୟକୁ ଯିବେ ନାହିଁ, ଚାହିଦା ମୁତାବକ ଖାଦ୍ୟ ଜଂଗଲରୁ ମଳିବ। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପରୁ ସଫଳତା ମିଳିଲାନି। ଜିଲ୍ଲାର ସମସ୍ତ ବନାଞ୍ଚଳରେ ‘ଏଲିଫ୍ୟାଣ୍ଟ ସ୍କ୍ବାଡ୍‌’ ରହିଥିବାବେଳେ ପ୍ରତ୍ୟେକ ବନାଞ୍ଚଳରେ ଏକାଧିକ ‘ଏଲିଫ୍ୟାଣ୍ଟ ଟ୍ରାକର’ ଦଳ ରହିଛନ୍ତି।

publive-image

ଗତ ମେ ୧୬ ତାରିଖ ଏସ୍‌ଟିଏଫ୍ ଲଛିପୁର ସୋନପୁର ରାସ୍ତା ଖେମୁଣ୍ଡିଆମୁଣ୍ଡା ବ୍ରିଜ୍ ନିକଟରୁ ଡିଲ୍‌ ସମୟରେ ୨ ଜଣ ବଜ୍ରକାପ୍ତା ଚାଲାଣକାରୀକୁ ଧରିବା ସହ ସେମାନଙ୍କୁ ନିକଟରୁ ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲା। ଏହା ପୂର୍ବରୁ ବୀରମହାରାଜପୁର ଥାନା ହିକୁଡ଼ି ନିକଟରୁ ବଜ୍ରକାପ୍ତା କାତି ଓ ଅନ୍ୟ ସାମଗ୍ରୀ ଏସ୍‌ଟିଏଫ୍ ଜବତ କରିବା ସହ ୨ ଜଣକୁ ଗିରଫ କରିଥିଲା। ଏହି ଦୁଇଟି ଘଟଣାକୁ ଦେଖିଲେ ଜିଲ୍ଲାରେ ବଜ୍ରକାପ୍ତା ଚାଲାଣକାରୀ ଦଳ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି। ବଜ୍ରକାପ୍ତା ଚାଲାଣକାରୀମାନଙ୍କୁ ଧରିବାରେ ଏସ୍‌ଟିଏଫ୍ ସକ୍ଷମ ହେଉଥିବାବେଳେ ବନ ବିଭାଗ କିନ୍ତୁ ଫେଲ୍ ମାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe