SCB patient care: କଟକ ବଡ଼ଡାକ୍ତରଖାନା ରୋଗୀସେବାରେ ଯୋଗ୍ୟତା ନ ଥିବା ନର୍ସ!

Advertisment

ରାଜ୍ୟର ସର୍ବବୃହତ୍‌ ରେଫରାଲ୍‌ ହସ୍ପିଟାଲ୍‌ ଏସ୍‌ସିବି ମେଡିକାଲ୍‌ରେ ଯୋଗ୍ୟତା ନଥିବା ନର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାର ନୂଆ ନିଯୁକ୍ତି ଦେଉ ନଥିଲା ବେଳେ କର୍ତ୍ତୃପକ୍ଷ ଆଉଟସୋର୍ସିଂ ମାଧ୍ୟମରେ ନର୍ସ ନିଯୁକ୍ତ କରିଛନ୍ତି।

ରାଜ୍ୟର ସର୍ବବୃହତ୍‌ ରେଫରାଲ୍‌ ହସ୍ପିଟାଲ୍‌ ଏସ୍‌ସିବି ମେଡିକାଲ୍‌ରେ ଯୋଗ୍ୟତା ନଥିବା ନର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାର ନୂଆ ନିଯୁକ୍ତି ଦେଉ ନଥିଲା ବେଳେ କର୍ତ୍ତୃପକ୍ଷ ଆଉଟସୋର୍ସିଂ ମାଧ୍ୟମରେ ନର୍ସ ନିଯୁକ୍ତ କରିଛନ୍ତି।

3 children serious thimet

3 children serious thimet Photograph: (sambad.in)

କଟକ: ରାଜ୍ୟର ସର୍ବବୃହତ୍‌ ରେଫରାଲ୍‌ ହସ୍ପିଟାଲ୍‌ ଏସ୍‌ସିବି ମେଡିକାଲ୍‌ରେ ଯୋଗ୍ୟତା ନଥିବା ନର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାର ନୂଆ ନିଯୁକ୍ତି ଦେଉ ନଥିଲା ବେଳେ କର୍ତ୍ତୃପକ୍ଷ ଆଉଟସୋର୍ସିଂ ମାଧ୍ୟମରେ ନର୍ସ ନିଯୁକ୍ତ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେତେକ ମେଡିକାଲ୍‌ କଲେଜରେ ନିଯୁକ୍ତ ହେବାକୁ ଅଯୋଗ୍ୟ ଥିବା ଜଣାପଡ଼ିଛି। ସରକାରୀ ନିୟମ ଅନୁସାରେ ଏଏନ୍‌ଏମ୍‌ ପାସ୍‌ କରିଥିବା ନର୍ସିଂ କର୍ମଚାରୀ ମେଡିକାଲ୍‌ କଲେଜ ପାଇଁ ଉପଯୁକ୍ତ ନୁହନ୍ତି। ସେମାନଙ୍କୁ ଅନ୍ୟୂନ ଡିପ୍ଲୋମା ବା ଜିଏନ୍‌ଏମ୍‌ କୋର୍ସ କରିବାକୁ ପଡ଼ିବ। ହେଲେ ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ନର୍ସିଂ କର୍ମଚାରୀମାନଙ୍କ ଭିତରୁ କେତେକ ଏଏନ୍‌ଏମ୍‌ ସାର୍ଟିଫିକେଟ୍‌ ଆଣି ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି।  ସେମାନଙ୍କୁ ରୋଗୀ ସେବାରେ ନିୟୋଜନ ପାଇଁ କର୍ତ୍ତୃପକ୍ଷ କିପରି ଅନୁମତି ଦେଇଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ

ଜାଲ୍‌ ସାର୍ଟିଫିକେଟ୍‌ ଓ ନିଯୁକ୍ତିରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲା ନର୍ସିଂ ସଂଘ

ସୂଚନା ଅନୁସାରେ, ଦୁଇ ବର୍ଷ ତଳେ ଏସ୍‌ସିବିରେ ୧୨୮ଜଣ ନର୍ସଙ୍କୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦିଆଗଲା। ୧୦ରୁ ୧୨ହଜାର ଟଙ୍କା ଦରମାରେ ସେମାନେ କାମ କଲେ। ହେଲେ ସେମାନଙ୍କର କୌଣସି ଅଫିସିଆଲ୍‌ ରେକର୍ଡ ରହିଲାନି। ବିନା ଯୋଗ୍ୟତାରେ କିମ୍ବା ଜାଲ୍‌ ସାର୍ଟିଫିକେଟ୍‌ରେ ଡ୍ୟୁଟି କରୁଥିବା ନେଇ ପୂର୍ବରୁ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଯେଉଁଥି ପାଇଁ ଦୁଇ ଜଣଙ୍କୁ ମେଡିକାଲ୍‌ରୁ ହଟାଯାଇଥିଲା। ଅଭିଯୋଗ ହେବା ପରେ ଏବେ ଡ୍ୟୁଟି କରୁଥିବା କିଛି ଏଏନ୍‌ଏମ୍‌ ନର୍ସ ଜିଏନ୍‌ଏମ୍‌ ସାର୍ଟିଫିକେଟ୍‌ ଆଣି ଅଫିସ୍‌ରେ ଦେଇଛନ୍ତି। ହେଲେ ଚାକିରି ପାଇବା ପରେ ସାର୍ଟିଫିକେଟ୍‌ ଆଣିବା ଅଧିକ ସନ୍ଦେହର କାରଣ ହୋଇଛି। ଯେଉଁ ଶିକ୍ଷାନୁଷ୍ଠାନ ନାମରେ ଏହି ସାର୍ଟିଫିକେଟ୍‌ ଆସିଛି, ତାହାକୁ ମଧ୍ୟ ଯାଞ୍ଚ କରାଯାଉ ନଥିବା ଏସ୍‌ସିବି ମେଡିକାଲ୍‌ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି। ୱାର୍ଡରେ ଡ୍ୟୁଟି ପଡୁଥିବା ସମୟରେ ଆଉଟସୋର୍ସିଂ ନର୍ସଙ୍କ ସଂଖ୍ୟା କିମ୍ବା ସେମାନଙ୍କ ଉତ୍ତରଦାୟିତ୍ବ ବିଷୟରେ ନିୟମିତ ନର୍ସଙ୍କ ପାଖରେ କୌଣସି ସୂଚନା ରହୁନି। ଯେଉଁଥିପାଇଁ ‌ସେମାନେ ମନଇଚ୍ଛା ଡ୍ୟୁଟି କରୁଥିବା ଅଭିଯୋଗ ହୋଇଛି। 

Jharigaon Cremation : ବଦଳିବ ଝରିଗାଁ ଶ୍ୱଶାନର ରୂପରେଖା ସମସ୍ତଙ୍କ ସହଯୋଗରେ ଚାଲିଛି ଉନ୍ନତିକରଣ

ଏ ସଂକ୍ରାନ୍ତରେ ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି, ଆଉଟସୋର୍ସିଂ ନର୍ସିଂ କର୍ମଚାରୀଙ୍କ ମଧ୍ୟରୁ ଅନେକ ତାଲିମପ୍ରାପ୍ତ ନୁହନ୍ତି। ସେମାନେ ଯଦି କିଛି ଭୁଲ୍‌ କରିଦେଉଛନ୍ତି, ଦୋଷ ନିୟମିତ ନର୍ସଙ୍କ ଉପରକୁ ଆସୁଛି। ଅଧିକାଂଶ ସମୟରେ ରାଜନେତା କିମ୍ବା ବିଭାଗୀୟ ମୁଖ୍ୟମାନଙ୍କ ସୁପାରିସରେ ଆଉଟସୋର୍ସିଂର କିଛି ନର୍ସଙ୍କୁ ୱାର୍ଡ ପରିବର୍ତ୍ତେ ଅଫିସିଆଲ୍‌ କାମରେ ନିୟୋଜିତ କରାଯାଉଛି। ବାରମ୍ବାର ଏ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ନର୍ସିଂ ସଂଘର ଉପଦେଷ୍ଟା ଶ୍ରୀମତୀ ସାହୁଙ୍କ ଅନୁସାରେ, ଜଣେ ୧୦ହଜାର ଟଙ୍କା ଦରମା ନେଇ କାମ କରୁଥିବା ବ୍ୟକ୍ତି ଯଦି ୭୦ ହଜାର ଟଙ୍କା ଦରମା ପାଉଥିବା ଲୋକଙ୍କୁ ସାମ୍ନାରେ ଦେଖିବ, ସେତେବେଳେ ନିଜେ ଖାମଖିଆଲ ହୋଇଯିବା ସ୍ବାଭାବିକ। ହେଲେ ଏଠାରେ କିଛି ଶିଖିବା ପରିବର୍ତ୍ତେ ସେମାନେ ନିୟମିତମାନଙ୍କୁ ଠିକ୍‌ରେ ସମ୍ମାନ ଦେବା ମଧ୍ୟ ଜାଣୁନାହାନ୍ତି। ତଥାପି ସରକାର ନୂଆ ନିଯୁକ୍ତି ନ ଦେଇ ଆଉଟସୋର୍ସିଂ ମାଧ୍ୟମରେ ଅଯୋଗ୍ୟମାନଙ୍କୁ ରୋଗୀ ପରିଚାଳନା ଦାୟିତ୍ବ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀମତି ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe