ସରକାରଙ୍କ ନିର୍ଦ୍ଦେଶକୁ ଫୁ : ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଚିଲିକାରେ ବିପଜ୍ଜନକ ଜଳଯାତ୍ରା, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

ସରକାରଙ୍କ ନିର୍ଦ୍ଦେଶକୁ ଫୁ : ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଚିଲିକାରେ ବିପଜ୍ଜନକ ଜଳଯାତ୍ରା, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

ବ୍ରହ୍ମଗିରି : ରାଜ୍ୟର ବିଭିନ୍ନ ନଦୀ ଏବଂ ହ୍ରଦରେ ଡଙ୍ଗା ବୁଡ଼ି ଘଟଣାରେ ଅନେକ ଧନଜୀବନ ହାନି ହୋଇସାରିଛି। ସେଥିପାଇଁ ରାଜ୍ୟ ସରକାର ଲାଇଫ୍ ଜ୍ୟାକେଟ୍ ବିନା କେହି ଜଳଯାତ୍ରା କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ବିଶେଷ କରି ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକ ଡଙ୍ଗାରେ ଜଳଯାତ୍ରା କରିବା ବେଳେ ଲାଇଫ୍ ଜ୍ୟାକେଟ୍‌ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗୋଟିଏ ଘାଟରୁ ଅନ୍ୟଘାଟକୁ ଜଳଯାତ୍ରା କରିବା ବେଳେ ମଧ୍ୟ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିବା ବାଧ୍ୟତାମୂଳକ ଅଟେ। କିନ୍ତୁ ଏହି ନିୟମ କେବଳ କାଗଜ କଲମରେ ସୀମିତ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି।

ଖବର ନେବାରେ ଜଣାପଡ଼ିଛି ଚିଲିକାକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ଏମାନଙ୍କ ପାଇଁ ବିଭିନ୍ନ ଜେଟିରେ ଲାଇଫ୍ ଜ୍ୟାକେଟ୍‌ ନେବାକୁ ନିୟମ ରହିଛି। ବିନା ଲାଇଫ୍‌ ଜ୍ୟାକେଟ୍‌ରେ ପର୍ଯ୍ୟଟକ ଚିଲିକା ଭିତରକୁ ଯିବାକୁ ବାରଣ କରାଯାଉଛି। କିନ୍ତୁ ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଚିଲିକା ପାରି ହେବା ବେଳେ ଲୋକମାନେ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଯାଉଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌କୁ ଯୋଗାଯୋଗର ଏକମାତ୍ର ମାଧ୍ୟମ ହେଉଛି ଜଳପଥ। ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଦୁଇଟି ଉପାୟରେ ଲୋକେ ପାରି ହୋଇଥାନ୍ତି। ଭସାପୋଲ ଓ ଘାଟ ଡଙ୍ଗାରେ ଲୋକେ ସୁରକ୍ଷିତ ଭାବେ ଜଳପଥ ପାରି ହେଉଥିବା ବେଳେ ଅନ୍ୟ ଘରୋଇ ଡଙ୍ଗାରେ ବିନା ସୁରକ୍ଷାରେ ୫ କିଲୋମିଟର ଜଳପଥ ପାରି ହୋଇଥାନ୍ତି। କେବଳ ବିନା ଲାଇଫ୍‌ ଜ୍ୟାକେଟ୍‌ କାହିଁକି କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ପାରି କରାଯାଉଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ନ ଦେଲେ କୌଣସି ମୁହୂର୍ତ୍ତରେ ବଡ଼ ଅଘଟଣ ଘଟିପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe