ଭକ୍ତଙ୍କୁ ବିପଦ ଅସୁରକ୍ଷିତ କୋଠା

Advertisment
ଭକ୍ତଙ୍କୁ ବିପଦ ଅସୁରକ୍ଷିତ କୋଠା

DNA India

ପୁରୀ : ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥି ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର। ପ୍ରତିବର୍ଷ ଭଳି ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ବି ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସେପଟେ ମଠ, ମନ୍ଦିର ବି ଭକ୍ତଙ୍କ ପାଇଁ ପ୍ରସ୍ତୁତ ହେଉଛନ୍ତି। ବେପାର ଆଶାରେ ଅନେକ ପସରା ଖୋଲିଲାଣି। କିନ୍ତୁ ଭକ୍ତଙ୍କ ସୁରକ୍ଷା କଥା ସମସ୍ତେ ଭୁଲି ଯାଇଛନ୍ତି। ଏହା ଭିତରେ ପ୍ରମୁଖ ବିପଦ ଭାବେ ଠିଆ ହୋଇଛି ବଡ଼ଦାଣ୍ଡରେ ଥିବା ଅସୁରକ୍ଷିତ କୋଠା। ବଡ଼ଦାଣ୍ଡରେ ଥିବା ଏହି ଅସୁରକ୍ଷିତ କୋଠାଗୁଡ଼ିକ ଉପରେ କଡ଼ା କଟକଣା ଲଗାଯାଉନି କି ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଫଳସ୍ବରୂପ ବଡ଼ଦାଣ୍ଡରେ ବିପଦ ମୁହଁରେ ଠିଆ ହୋଇ ଭକ୍ତମାନେ ଚଳିତ ବର୍ଷ ରଥଯାତ୍ରା ଦେଖିବାକୁ ଯାଉଛନ୍ତି। ଯଦି ଏହି ଅସୁରକ୍ଷିତ କୋଠା ଉପରେ ରଥଯାତ୍ରା ଦେଖିବା ବେ‌ଳେ କିଛି ଅଘଟଣ ଘଟେ, ଦାୟୀ କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏ ସଂପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଚଳିତ ବର୍ଷ ବଡ଼ଦାଣ୍ଡର ୧୨ଟି କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଏହାବାଦ୍ ତିନୋଟି ସ୍ବତନ୍ତ୍ର ଯାଞ୍ଚକାରୀ ଦଳ ଗଠନ କରାଯାଇଛି। ଯେଉଁଥିରେ ପୁରୀ ପୌର ନିର୍ବାହୀ ଅଧିକାରୀ, ପୁଲିସ ଅଧିକାରୀ ଓ ଅନ୍ୟମାନେ ରହିଛନ୍ତି। ଗତକାଲି ଏମାନଙ୍କୁ ନୋଟିସ୍ କରାଯାଇଛି। ଏହା ସତ୍ତ୍ବେ ଆଦେଶକୁ ଉଲ୍ଲଙ୍ଘନ କରି ଯେଉଁମାନେ ଭକ୍ତଙ୍କୁ ଦର୍ଶନ ପାଇଁ ସୁଯୋଗ ଦେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe