ଘରେ ପଶି ଦୁର୍ବୃତ୍ତଙ୍କ ପ୍ରାଣାନ୍ତକ ଆକ୍ରମଣ: ବାପା, ଝିଅ-ଜ୍ବାଇଁ ଗୁରୁତର

ଘରେ ପଶି ଦୁର୍ବୃତ୍ତଙ୍କ ପ୍ରାଣାନ୍ତକ ଆକ୍ରମଣ: ବାପା, ଝିଅ-ଜ୍ବାଇଁ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ସହରର ରାଜୀବ ନଗରରେ ବୁଧବାର ସର୍ବେଶ୍ୱର ସାହୁଙ୍କ ଘର ଭିତରକୁ ପଶି ପାଞ୍ଚ ଜଣ ଯୁବକ ମାରଣାସ୍ତ୍ର ଧରି ପଶିଆସିଥିଲେ। ସେମାନ‌େ ଟଙ୍କା, ସୁନା, ମୋବାଇଲ ଫୋନ୍‌ ଲୁଟ କରିବା ସହ ସର୍ବେଶ୍ୱର, ତାଙ୍କ ଜ୍ୱାଇଁ ସିନ୍ଦୂରବାହାଲ ଗାଁର ସୁମନ ପାଣିଗ୍ରାହୀ ଓ ଝିଅ ପିଙ୍କି ପାଣିଗ୍ରାହୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଟାଙ୍ଗିଆ ଓ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରରା ମାରିଥିଲେ। ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଚର୍ଚ୍ଚା ହେଉଛି। ଆକ୍ରମଣ କରିଥିବା ଯୁବକମାନେ ନିଶାଶକ୍ତ ଥିବା ଜଣାପଡ଼ିଛି। ଆକ୍ରମଣକାରୀଙ୍କ ଭିତରେ କିଛି ଜେଲ୍‌ ଫେରନ୍ତା ଯୁବକ ମଧ୍ୟ ଥିବା ଜଣାପଡ଼ିଛି। ପିଙ୍କି ରାଜୀବନଗର ଝିଅ ହୋଇଥିବାରୁ ପାଞ୍ଚ ଜଣ ମଧ୍ୟରୁ ୩ ଜଣଙ୍କୁ ଚିହ୍ନି ପାରିଛନ୍ତି। ତାଙ୍କ କହିବା ଅନୁସାରେ, ପଡ଼ାର ଅବକାଶ, ଦୀପକ ଦାସ, କରୁଣା ତିନିଜଣ ରାଜୀବ ନଗରର ହୋଇଥିବା ବେଳେ ଆଉ ଦୁଇଜଣଙ୍କୁ ଜାଣି ପାରି ନାହାନ୍ତି। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe