ପୋଖରୀ ଆଡ଼ି ଦୁର୍ବୃତ୍ତ କାଟିଦେଲେ! ଗ୍ରାମବାସୀ ବିଡିଓ, ତହସିଲଦାର ଓ ଥାନାର ଦ୍ବାରସ୍ଥ

ପୋଖରୀ ଆଡ଼ି ଦୁର୍ବୃତ୍ତ କାଟିଦେଲେ! ଗ୍ରାମବାସୀ ବିଡିଓ, ତହସିଲଦାର ଓ ଥାନାର ଦ୍ବାରସ୍ଥ

ମୁରିବାହାଲ: ମୁରିବାହାଲ ବ୍ଲକ୍‌ ଗୁଡ଼ିଘାଟ ପଞ୍ଚାୟତ ବିଜାମାଲ ଗ୍ରାମର ଦୁହୁଲାମୁଣ୍ଡା ପୋଖରୀ ହିଡ଼କୁ କେହି କାଟି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ବୁଧବାର ଗ୍ରାମବାସୀ ବିଡିଓ, ତହସିଲଦାର ଓ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ପୋଖରୀରୁ ୪୪ଜଣ ଚାଷୀଙ୍କ ଶହେ ଏକରରୁ ଅଧିକ ଜମିକୁ ଜଳସେଚନ ହୋଇପାରୁଥିଲା। ଗତ ଲଘୁଚାପ ବର୍ଷା ସମୟରେ ପୋଖରୀ ଆଡ଼ିକୁ ଚାଷୀମାନେ ତଦାରଖ କରିବା ସହ କେନାଲ ମଧ୍ୟ ଖୋଳିଥିଲେ।

ଆଡ଼ି ଉପରକୁ ପ୍ରାୟ ୭ ଫୁଟ ଛାଡ଼ି ପାଣି ରହିଥିଲା। କିନ୍ତୁ ଗତ ସୋମବାର ରାତିରେ ହଠାତ୍‌ ଆଡ଼ି ଭାଙ୍ଗି ଚାଷୀମାନଙ୍କ ଚାଷଜମି ଜଳମଗ୍ନ ହୋଇ ବହୁ କ୍ଷୟକ୍ଷତି ହୋଇଛି। ଏହା ବର୍ଷା ଯୋଗୁଁ ନଭାଙ୍ଗି କିଛି ଦୁର୍ବୃତ୍ତ ରାତିରେ କାଟିଦେବା ଚାଷୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଖବର ପାଇ ବିଡିଓ ପ୍ରିୟରଞ୍ଜନ କୁମାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ଚାଷୀ ଥବୀର ସା, ଯତିରାମ ପଧାନ, ମୋହନ ସା, ଟିକୁନୁ ପଧାନ, ପୁରୁଷୋତ୍ତମ ସା, ଅକ୍ଷୟ ପଧାନ, ଭାଗ୍ୟଧର ମୁଦୁଲି, ମହେନ୍ଦ୍ର ପଧାନ, ମନହର ସାହୁ, ବଳଭଦ୍ର ତାଣ୍ଡି, ପତିରାମ ପଧାନ ଓ ଦେବ ମୁଦୁଲିଙ୍କ ସହ ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe