କରୋନାର କରାଳ ନେଇଗଲା କଳାକାରଙ୍କ ଜୀବନ : ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମାପ୍ରସାଦ ପଟ୍ଟନାୟକଙ୍କ ଅକାଳ ବିୟୋଗ

Advertisment

ସର୍ଜନାରେ ଅମର ରହିବେ ବାପି, ବିଭିନ୍ନ ମହଲରେ ଶୋକ

ସର୍ଜନାରେ ଅମର ରହିବେ ବାପି, ବିଭିନ୍ନ ମହଲରେ ଶୋକ

କରୋନାର କରାଳ ନେଇଗଲା କଳାକାରଙ୍କ ଜୀବନ : ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମାପ୍ରସାଦ ପଟ୍ଟନାୟକଙ୍କ ଅକାଳ ବିୟୋଗ

ବାରିପଦା : କରୋନାର କରାଳ କବଳରେ ପଡ଼ିଛନ୍ତି ଆଉ ଜଣେ କଳାକାର। ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମାପ୍ରସାଦ ପଟ୍ଟନାୟକ(ବାପି) କରୋନା ଲଢ଼େଇରେ ପରାସ୍ତ ହୋଇଛନ୍ତି। ଗତକାଲି ରାତିରେ ତାଙ୍କର ଅକାଳ ବିୟୋଗ ଘଟିଛି। ଗତକିଛିଦିନ ଧରି ଶ୍ରୀ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସ୍ବର୍ଗତଃ ପଟ୍ଟନାୟକଙ୍କ ବିୟୋଗରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

publive-image

ବାପି ନାମରେ ବେଶ ସୁପରିଚିତ ଥିବା ଚିତ୍ରଶିଳ୍ପୀ ଜଣଙ୍କ କିନ୍ତୁ ତାଙ୍କ ଜୀବନକାଳରେ ହଜାର ହଜାର ଚିତ୍ରକରଙ୍କୁ ସୃଷ୍ଟି କରିଛନ୍ତି। ଚିତ୍ରରେ ବିଏଫଏ ସହିତ ସ୍ନାତକ (ଡ଼ିଗ୍ରୀ) ହାସଲ କରିବା ପରେ ଇଂଲଣ୍ଡରେ ପାଠ ପଢ଼ିବା ଫେଲୋସିପ୍ ପାଇଥିଲେ । ମାତ୍ର ବିଦେଶର ମୋହ ତାଙ୍କୁ ଆକୃଷ୍ଟ କରିପାରିନଥିଲା। ବାରିପଦା ସହରରେ ସେ ଆର୍ଟ ଆଣ୍ଡ କ୍ରାଫ୍ଟ ସ୍କୁଲ ପ୍ରତିଷ୍ଠା କରି ଦୀର୍ଘ ୩୧ ବର୍ଷ ଧରି ଏହାକୁ ଚଲାଇଆସୁଥିଲେ। ଏହି ଆର୍ଟ ଆଣ୍ଡ କ୍ରାଫଟ ସ୍କୁଲ ମାଧ୍ୟମରେ ସ୍ବର୍ଗତଃ ପଟ୍ଟନାୟକ ଅନେକ ପ୍ରତିଭାବାନ ସଫଳ ଚିତ୍ରକର ସୃଷ୍ଟି କରିଛନ୍ତି। ଯାହାକି ତାଙ୍କୁ ଯୁଗଯୁଗ ପାଇଁ ଅମର କରିବବୋଲି ଜିଲ୍ଲାରେ ମତପ୍ରକାଶ ପାଇଛି। ଏହି ଧୂରୀଣ ଶିଳ୍ପୀଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲରୁ ଶୋକର ଶୁଅ ଛୁଟିଛି। ଏନେଇ ମୟୂରଭଞ୍ଜ ସାହିତ୍ୟ ସଂସ୍କୃତି ମଞ୍ଚ ପକ୍ଷରୁ ସ୍ବର୍ଗତଃ ପଟ୍ଟନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହି ଅବସରରେ ଆୟୋଜିତ ସଭାର ପ୍ରାରମ୍ଭରେ ସ୍ୱର୍ଗତ ଶ୍ୟାମାପ୍ରସାଦଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସଭାପତି ସରୋଜ କୁମାର ନାୟକ, ଉପଦେଷ୍ଟା ଅମିତାଭ ମିଶ୍ର, ସଦସ୍ୟ ଶଶୀଧର ବିଶ୍ୱାଳ, ଅମୂଲ୍ୟ କୁମ୍ଭକାର, ଅଜୟ ନନ୍ଦ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶ୍ୟାମାପ୍ରସାଦଙ୍କ କର୍ମମୟ ଜୀବନ, କୃତ୍ତି, ମୟୂରଭଞ୍ଜରେ କଳାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ସର୍ବୋପରି ତାଙ୍କ ଦ୍ୱାରା ନିୟମିତ ଭାବେ ଆୟୋଜିତ ହୋଇ ଆସୁଥିବା ପୂଜ୍ୟପୂଜା କାର୍ଯ୍ୟକ୍ରମ, ବର୍ଣ୍ଣ ବିଚିତ୍ରା, ଚିତ୍ର ମହୋତ୍ସାବ ଆଦି କାର୍ଯ୍ୟକ୍ରମ ଆଦିକୁ ନେଇ ସ୍ମୃତି ଚାରଣ କରାଯାଇଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ସବୁଦିନ ଜିଲ୍ଲାବାସୀଙ୍କ ନିମନ୍ତେ ଏକ ପ୍ରେରଣାର ଉତ୍ସ ହୋଇ ରହିଯିବ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ସ୍ବର୍ଗତଃ ପଟ୍ଟନାୟକଙ୍କର ପତ୍ନୀ ଓ ଏକମାତ୍ର ପୁତ୍ର ସନ୍ତାନ ରହିଛନ୍ତି। ଭୁବନେଶ୍ବରରେ ତାଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ମୟୂରଭଞ୍ଜରୁ ଅଜିତ ଦାସ, ବିଜୟ ମହାନ୍ତିଙ୍କ ପରେ ଶ୍ୟାମାପ୍ରସାଦଙ୍କ ଭଳି କଳାକାର ଆମକୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe