ବ୍ୟବହାର ହେଉନି କଲେଜ ପାଠାଗାର: ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଗସ୍ତ ପରେ ଆସିଲା ଚିତ୍ର

Advertisment

ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ପାଠଗାର ପାଇଁ ପ୍ରତିବର୍ଷ ପୁସ୍ତକ କିଣାଯାଉଛି। ଯୋଗାଣ ମଧ୍ୟ ହେଉଛି। ମାତ୍ର ତାହା ଛାତ୍ରଛାତ୍ରୀ କିମ୍ବା ଅଧ୍ୟାପକଙ୍କ ଦ୍ବାରା ଠିକ୍‌ ଭାବେ ବ୍ୟବହାର ହେଉ ନାହିଁ।

ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ପାଠଗାର ପାଇଁ ପ୍ରତିବର୍ଷ ପୁସ୍ତକ କିଣାଯାଉଛି। ଯୋଗାଣ ମଧ୍ୟ ହେଉଛି। ମାତ୍ର ତାହା ଛାତ୍ରଛାତ୍ରୀ କିମ୍ବା ଅଧ୍ୟାପକଙ୍କ ଦ୍ବାରା ଠିକ୍‌ ଭାବେ ବ୍ୟବହାର ହେଉ ନାହିଁ।

ଧାର୍ଯ୍ୟ ସମୟରେ ଆସିଲାନି ଏନ୍‌ସିଇଆର୍‌ଟି ବହି: ବଜାରରେ ନକଲି ହାଉଯାଉ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ପାଠଗାର ପାଇଁ ପ୍ରତିବର୍ଷ ପୁସ୍ତକ କିଣାଯାଉଛି। ଯୋଗାଣ ମଧ୍ୟ ହେଉଛି। ମାତ୍ର ତାହା ଛାତ୍ରଛାତ୍ରୀ କିମ୍ବା ଅଧ୍ୟାପକଙ୍କ ଦ୍ବାରା ଠିକ୍‌ ଭାବେ ବ୍ୟବହାର ହେଉ ନାହିଁ। ହଜାର ହଜାର ଟଙ୍କାରେ କିଣାଯାଇଥିବା ବହି ଆଦୌ ବ୍ୟବହାର ହୋଇପାରୁ ନାହିଁ। ଏପରିକି ପାଠ୍ୟକ୍ରମର ଅବଧି ଶେଷ ହୋଇଯାଉଥିଲେ ମଧ୍ୟ ବହି ଖୋଲା ନ ହୋଇ ନଷ୍ଟ ହେଉଛି। ଅଧିକାଂଶ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପାଠଗାରରୁ ଆଦୌ ବହି ନେଉନାହାନ୍ତି। ସେମାନଙ୍କ ନାଁରେ ବହି ଇସ୍ୟୁ ମଧ୍ୟ ହୋଇନାହିଁ। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଗସ୍ତ କରିବା ସମୟରେ ଏଭଳି ଘଟଣା ନଜରକୁ ଆସିଛି। ଗୋଟିଏ କି ଦୁଇଟି ନୁହେଁ, ବରଂ ସବୁ ମହାବିଦ୍ୟାଳୟରେ ପାଠାଗାର ଠିକ୍‌ ଭାବେ ବ୍ୟବହୃତ ହେଉ ନ ଥିବା ଜଣାପଡ଼ିଛି। ନିର୍ଦ୍ଦେଶକ ସବୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପାଠାଗାରର ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଗସ୍ତ ପରେ ଆସିଲା ଚିତ୍ର
ତୁରନ୍ତ ପଦକ୍ଷେପ ନେବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ

ଆହୁରି ଚିନ୍ତାଜନକ ବିଷୟ ହେଉଛି ଯେ ମହାବିଦ୍ୟାଳୟ ପାଠାଗାରର ଅଧିକାଂଶ ପୁସ୍ତକ ଛାତ୍ରଛାତ୍ରୀ କିମ୍ବା ଅଧ୍ୟାପକଙ୍କ ନାଁରେ ଇସ୍ୟୁ ହୋଇ ନାହିଁ। ଯେଉଁ ବହି ଇସ୍ୟୁ ହୋଇଛି ତାହା ପାଠାଗାରକୁ ଫେରି ନାହିଁ। ଧାର୍ଯ୍ୟ ସମୟରେ କେହି ବହି ଫେରାଉ ନାହାନ୍ତି। ମାସକ ପାଇଁ ପୁସ୍ତକ ନେଇ କିଏ ୬ ମାସ ରଖି ଦେଉଛନ୍ତି ତ ଆଉ କିଏ କଲେଜ ପାଠପଢ଼ା ଶେଷ ହେବା ପରେ ପରୀକ୍ଷା ବେଳକୁ ଫେରାଉଛନ୍ତି। ଅନୁରୂପ ଭାବେ ଅଧ୍ୟାପକମାନେ ମଧ୍ୟ ପାଠାଗାରରୁ ବହି ନେଉଥିଲେ ବି ଠିକ୍‌ ସମୟରେ ଫେରସ୍ତ କରୁନାହାନ୍ତି। ଶିକ୍ଷା ବ୍ୟବସ୍ଥାରେ ପାଠାଗାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିଲେ ମଧ୍ୟ ତାହାର ଠିକ୍‌ ଭାବେ ଉପଯୋଗ ନ ହେବାକୁ ନେଇ ବିଭାଗ ଚିନ୍ତାପ୍ରକଟ କରିଛି। କଲେଜ ଅଧ୍ୟକ୍ଷମାନେ ଏଦିଗରେ ପଦକ୍ଷେପ ନେବାକୁ ବିଭାଗ ପରାମର୍ଶ ଦେଇଛି।

ଅଧ୍ୟାପକମାନେ ୧୫ ଦିନରେ ଥରେ ପାଠାଗାର ବ୍ୟବହାର ସମ୍ପର୍କରେ ପିଲାମାନଙ୍କ କ୍ଲାସ ନେବା ଦରକାର। ସେମାନଙ୍କୁ ପାଠାଗାରର ଉପାଦେୟତା, ପାଠ୍ୟପୁସ୍ତକର ବ୍ୟବହାର, ପାଠାଗାରରେ କିଭଳି ସମୟ ଅତିବାହିତ କରିହେବ ଆଦି ବିଷୟରେ ଅବଗତ କରାଇବେ। ନିୟମିତ ଭାବେ ପାଠାଗାରରୁ ପାଠ୍ୟପୁସ୍ତକ ସଂଗ୍ରହ କରିବାକୁ ପରାମର୍ଶ ଦିଆଯିବ। ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯେପରି ଏହି ପ୍ରକ୍ରିୟାରେ ସାମିଲ ହୁଅନ୍ତି ଅଧ୍ୟକ୍ଷମାନେ ତାହାକୁ ସୁନିଶ୍ଚିତ କରାଇବେ। ମହାବିଦ୍ୟାଳୟର ସମସ୍ତ ବିଭାଗ ମଧ୍ୟ ପିଲାଙ୍କ ଆଗ୍ରହ ଅନୁଯାୟୀ ପାଠ୍ୟପୁସ୍ତକ ଯୋଗାଇଦେବା ଦିଗରେ ପଦକ୍ଷେପ ନେବେ। କେବଳ ଯେ ପାଠ୍ୟପୁସ୍ତକ ନୁହେଁ, ପାଠାଗାରରେ ଥିବା ଅନ୍ୟାନ୍ୟ ବହି ମଧ୍ୟ ପିଲାଙ୍କ ଆବଶ୍ୟକତା ଅନୁଯାୟୀ ଯୋଗାଇବେ। ଅଧ୍ୟକ୍ଷମାନେ ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe