ଅସ୍ବାଭାବିକ ପାଗ: ଶୀତ ନାହିଁ, ଗରମ ବଢ଼ୁଛି

Advertisment
୧୬ରୁ ଶୀତ କମିବ

Facebook

ଭୁବନେଶ୍ବର : ରାତିର ତାପମାତ୍ରା ଅସ୍ବାଭାବିକ ଭାବେ ପରିବର୍ତ୍ତନ ଘଟୁଛି। ଉପକୂଳରୁ ଉପାନ୍ତ ହେଉ ଅଥବା ମାଲକାନଗିରିରୁ ମୟୂରଭଞ୍ଜ। ସବୁଠି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ବହୁ ଅଧିକ ରହିଛି। ଚାନ୍ଦବାଲିରେ ମଙ୍ଗଳବାର ରାତିର ତାପମାତ୍ରା ସ୍ବାଭାବିକଠାରୁ ୮.୫ ଡିଗ୍ରି ଅଧିକ ଥିଲା। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୩ ଡିଗ୍ରି ଅଧିକ ରହିଥିବା ବେଳେ କଟକ, ଭୁବନେଶ୍ବର, ପାରାଦୀପ, ସମ୍ବଲପୁର, ବାରିପଦା, ପୁରୀ, ଟିଟିଲାଗଡ଼ରେ ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ଉପରେ ଥିଲା। ସର୍ବନିମ୍ନ ତାପମାତ୍ରା ସବୁଠି ୧୩ ଡିଗ୍ରି ଉପରେ ରେକର୍ଡ ହୋଇଛି। ସମତଳ ଅଞ୍ଚଳ ଭାବେ ଫୁଲବାଣୀରେ ୧୩.୫ ଡିଗ୍ରି ରହିଥିବା ବେଳେ ହିଲ୍‌ ଷ୍ଟେସନ ଭାବେ ଜି ଉଦୟଗିରିରେ ୧୧.୫ ଡିଗ୍ରି ରହିଥିଲା। ଏଭଳି ସ୍ଥିତି ଆହୁରି ୭ ଦିନ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

publive-image Dailyhunt

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ପାଗ ମୁଖ୍ୟତଃ ଶୁଖିଲା ରହିଛି। କେତେକ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ଗୋପାଳପୁରରେ ଘନ କୁହୁଡ଼ି ହୋଇଛି, ୭୦ ମିଟର ପରେ ଆଉ ରାସ୍ତା ଦୃଶ୍ୟମାନ ହୋଇ ନ ଥିଲା। ସେହିପରି କଟକ ଓ ଅନୁଗୁଳରେ ମଧ୍ୟମ ଧରଣର କୁହୁଡ଼ି(୨୦୦ ମିଟର) ଓ ବାରିପଦାରେ ହାଲୁକା କୁହୁଡ଼ି(୭୦୦ ମିଟର) ଅନୁଭୂତ ହୋଇଛି। ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ହୋଇଛି। ପୁରୀରେ ରାତିର ତାପମାତ୍ରା ୨୪ ଡିଗ୍ରି ଥିବାବେଳେ ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨, ଗୋପାଳପୁରରେ ୨୧.୫, ଖୋର୍ଦ୍ଧାରେ ୨୧, ଜଗତ୍‌ସିଂହପୁରରେ ୨୦.୧, ମାଲକାନଗିରିରେ ୨୦, କଟକରେ ୧୯.୮, ଭୁବନେଶ୍ବରରେ ୧୯.୮ ଡିଗ୍ରି ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି।

publive-image Flickr

ନୂଆବର୍ଷରେ ଶୀତ ପ୍ରଭାବ ରହିବ ନାହିଁ। ଜାନୁଆରି ପ୍ରଥମ ସପ୍ତାହରେ ସାମୁଦ୍ରିକ ବାୟୁ ପ୍ରଭାବ ହେତୁ ରାଜ୍ୟରେ ବିଶେଷ ଶୀତ ପ୍ରକୋପ ରହିବ ନାହିଁ। ଅଧିକାଂଶ ସ୍ଥାନରେ ସର୍ବାନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହିବ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ଗଜପତି, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ବୌଦ୍ଧ ଓ ମାଲକାନଗିରିରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ନେଇ ସେ ପୂର୍ବାନୁମାନ କରିଛନ୍ତି। ଅନ୍ୟପକ୍ଷରେ ଦିନର ସର୍ବୋଚ୍ଚ ତାପମାତ୍ରା ବି କିଛି ସ୍ଥାନରେ ବଢ଼ିଛି। ଆଜି ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୩.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୩୩, ଅନୁଗୁଳରେ ୩୨.୭, ଭୁବନେଶ୍ବର ଓ ଭବାନୀପାଟଣାରେ ୩୨, ନବରଙ୍ଗପୁରରେ ୩୧.୪, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ତାଳଚେରରେ ୩୧.୨, ପୁରୀରେ ୩୦.୩ ରହିଥିଲା।

ରାତିର ତାପମାତ୍ରା ସ୍ବାଭାବିକଠାରୁ କେତେ ଅଧିକ

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe