ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ସ୍ମାରକୀ ସ୍ଥାପତ୍ୟର ଅନାବରଣ

Advertisment

କଟକ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ

କଟକ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ସ୍ମାରକୀ ସ୍ଥାପତ୍ୟର ଅନାବରଣ

କଟକ : ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଆସି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କ୍ୟା‌ଣ୍ଟନମେଣ୍ଟ ରୋଡସ୍ଥିତ ବାରବାଟୀ ‌ଷ୍ଟାଡିୟମ ଛକ‌ରେ ନିର୍ମିତ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି (ଷ୍ଟାଚ୍ୟୁ ଅଫ୍ ହ୍ୟୁମାନିଟି)ର ଲୋକାର୍ପଣ କରିଛନ୍ତି। ଏହାସହିତ ଜାତିର ପିତ‌ା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପ‌ାଳନ ଅବସରରେ କାଠ‌ଯୋଡ଼ି ବେଲଭ୍ୟୁ ଠାରେ ବ୍ରୋଞ୍ଜରେ ନିର୍ମିତ ‘ଗାନ୍ଧୀ ଭିତ୍ତି ସ୍ଥାରକୀ ସ୍ଥାପତ୍ୟ’ର ଅନାବରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ମାନବତା କଥା ଆସିଲେ ଗୋପବନ୍ଧୁ ମନେପଡ଼ନ୍ତି। ଗୋପବନ୍ଧୁଙ୍କ ଏହି ପ୍ରତିମୂର୍ତ୍ତି ମାନବତାର ପ୍ରତୀକ ହୋଇ ଯୁଗ ଯୁଗ ପାଇଁ ଜନମାନସକୁ ଦରିଦ୍ର ନାର‌ୟଣ ‌‌ସେବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଗାନ୍ଧୀଜୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସତ୍ୟ ଓ ଅହିଂସା ହେଉଛି ବିଶ୍ବକୁ ଭାରତକୁ ଶ୍ରେଷ୍ଠ ଅବଦାନ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ‌ରେ ଗାନ୍ଧୀଙ୍କ ଦୃଢ଼ ସମର୍ଥନ ଥିଲା। ଉଲ୍ଲେଖଯୋଗ୍ୟ ଯେ, ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ୮ ଥର ଓଡ଼ିଶା ଆସିଥିଲେ। ଗାନ୍ଧୀଙ୍କ ପ୍ରଥମ ପଦାର୍ପଣର ଶତବାର୍ଷିକ ସ୍ମାରକୀ ଭାବେ ବେଲଭ୍ୟୁଠାରେ ବ୍ରୋଞ୍ଜ ନିର୍ମିତ ସ୍ଥାରକୀ ସ୍ଥାପତ୍ୟର ଲୋକାର୍ପଣ କରାଯାଇଛି।

ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କନ୍ଧମାଳ ସ‌ାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବାରବାଟୀ କଟକ ବିଧାୟକ ଇଂ. ମହମ୍ମ‌ଦ ମୋକିମ, ନାଲକୋର ଅଧ୍ୟକ୍ଷ ତଥା ପ୍ରବନ୍ଧକ ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, ଲୋକସେବକ ମଣ୍ଡଳର ଉପସଭାପତି, ମୁଦ୍ରାକର, ପ୍ରକାଶକ ଡକ୍ଟର ନିରଂଜନ ରଥ, ଲୋକସେବକ ମଣ୍ଡଳର ସଂପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ବରିଷ୍ଠ ସଦସ୍ୟ ଦୀପକ ମାଲବ୍ୟ, ଭୀମସେନ ଯାଦବ, ସମାଜର କାର୍ଯ୍ୟନିର୍ବାହୀ ସଂପାଦକ ସୁଶାନ୍ତ ମହାନ୍ତି, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ବେଲଭ୍ୟୁ ସ୍ମାରକୀ ସ୍ଥାପତ୍ୟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଧାୟକ ଡାକ୍ତର ‌ପ୍ରମୋଦ ମଲ୍ଲିକ, ବିଧାୟକ ପ୍ରଶାନ୍ତ ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, ବିଧାୟକ ଦେବୀରଂଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଆରଡିସି ଅନିଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଅଧୀକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ନିର୍ବାହୀଯନ୍ତ୍ରୀ ପ୍ରଭାସ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe