ନନ୍ଦନକାନନରେ ଅସୁସ୍ଥ ନୀଳଗିରି ହନୁ ମୃତ

Advertisment
ନନ୍ଦନକାନନରେ ଅସୁସ୍ଥ ନୀଳଗିରି ହନୁ ମୃତ

ବାରଙ୍ଗ: ଶୁକ୍ରବାର ସକାଳେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଅସୁସ୍ଥ ଥିବା ଗୋଟାଏ ନୀଳଗିରି ହନୁମାଙ୍କଡ଼ର ମୃତ୍ୟୁ ଘଟିଛି।

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପରେ କୌଣସି କାରଣରୁ ଏହି ୫ ବର୍ଷିୟ ବାନରଟି ଝାଡ଼ା ରୋଗରେ ପୀଡ଼ିତ ହୋଇଥିଲା। ତାକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା।

ଶବ ବ୍ୟବଚ୍ଛେଦ ପରେ ତା’ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଚେନ୍ନାଇରେ ସାଧାରଣତଃ ଏହି ପ୍ରଜାତିର ବାନରମାନେ ଦେଖାଯାଆନ୍ତି। ବନ୍ଦାଲୁରସ୍ଥିତ ଅରିଗନାର ଚିଡ଼ିଆଖାନାରୁ ୨୦୧୭ ମସିହା ସେପ୍ଟେମ୍ବର ୨୦ ତାରିଖ ଦିନ ହଳେ ନୀଳଗିରି ବାନରଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା।

ଏବେ ନନ୍ଦନକାନନରେ ଗୋଟିଏ ମାତ୍ର ମାଈ ନୀଳଗିରି ବାନର ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe