ଉପଶାସ୍ତ୍ରୀ ପରୀକ୍ଷା ଫଳ: ୮୯.୧୩ % ଉତ୍ତୀର୍ଣ୍ଣ

ପ୍ରଥମ ଶ୍ରେଣୀରେ ୧୮୧୮ ଜଣ, ୭୭ଜଣଙ୍କ ପରୀକ୍ଷା ଫଳ ବାତିଲ, ୭ ଜଣଙ୍କ ପରୀକ୍ଷା ଫଳ ସ୍ଥଗିତ

ଉପଶାସ୍ତ୍ରୀ ପରୀକ୍ଷା ଫଳ: ୮୯.୧୩ % ଉତ୍ତୀର୍ଣ୍ଣ

ପୁରୀ : ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ୨୦୨୩ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଭୟ ଉପଶାସ୍ତ୍ରୀ ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷାରେ ମୋଟ୍‌ ପାସ ହାର ୮୯.୧୩ ପ୍ରତିଶତ ରହିଛି। ‌୧୮୧୮ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୮୧୩ ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି।

ଉପଶାସ୍ତ୍ରୀ ପରୀକ୍ଷାରେ ମୋଟ୍‌ ୧୫୬ଟି ସଂସ୍କୃତ ମହାବିଦ୍ୟାଳୟର ୭୫୭୪ ଜଣ ପରୀକ୍ଷାର୍ଥୀ ୧୨୨ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ମୋଟ ୮୩୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମାଙ୍କନ କରିଥିଲେ। ୭୮୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଆଜି ପ୍ରକାଶିତ ପରୀକ୍ଷା ଫଳରେ ୬୬୬୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ବିତୀୟ ଶ୍ରେଣୀରେ ୪୦୪୯ ଜଣ, ତୃତୀୟ ଶ୍ରେଣୀରେ ୭୭୧ ଜଣ, କମ୍ପାର୍ଟମେଣ୍ଟାଲରେ ୨୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅସାଧୁ ଉପାୟ ଅବଲମ୍ବନ ଯୋଗୁ ୭୭ ଜଣଙ୍କ ପରୀକ୍ଷା ଫଳକୁ ବାତିଲ କରାଯାଇଛି। ଅନ୍ୟ କାରଣ ଯୋଗୁ ୧୭ ଜଣଙ୍କ ପରୀକ୍ଷା ଫଳକୁ ସ୍ଥଗିତ ରଖାଯାଇଛି।

୨୦୨୨ରେ ପାସ୍‌ ହାର ୮୯.୬୧ ପ୍ରତିଶତ ରହିଥିଲେ ହେଁ ୧୭୨୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଚଳିତ ବ‌ର୍ଷ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପରୀକ୍ଷା ନିୟନ୍ତ୍ରକ ଧରଣୀଧର ରଣାଙ୍କ ଉପସ୍ଥିତିରେ ଉପଶାସ୍ତ୍ରୀ ପରୀକ୍ଷା ଫଳର ବୁକଲେଟ୍‌ ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe