Image Courtesy of India Today
ଭୁବନେଶ୍ବର: ୬ ଘଣ୍ଟାରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ ଜୱାଦ। ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ଦେଇ ଅତିକ୍ରମ କରିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷର ଏଚ ଆର ବିଶ୍ବାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜୱାଦ୍ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ଯିବା ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ଆଡ଼କୁ ପଳାଇବ ଜୱାଦ। ବର୍ତ୍ତମାନ ପୁରୀଠାରୁ ୧୨୦ କିମି ଦୂରରେ ରହିଛି। ଘଣ୍ଟାପ୍ରତି ୨୦ କିମି ବେଗରେ ଜୱାଦ ଅଗ୍ରସର ହେଉଛି। ସେପଟେ ପାରାଦୀପରେ ସର୍ବାଧିକ ୬୩ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ତ୍ତମାନ ଗଭୀର ଅବପାତ ରହିଛି, ଦୁର୍ବଳ ହୋଇ ଅବପାତ ହେବ ବୋଲି ସେ କହିଛନ୍ତି।
Follow Us