ଟ୍ୱିଟରରେ ତଥ୍ୟ ଅପଡେଟ କରିବାକୁ ୫ ତହସିଲଦାରଙ୍କୁ ତାଗିଦ କଲେ ଜିଲ୍ଲାପାଳ

Advertisment
ଟ୍ୱିଟରରେ ତଥ୍ୟ ଅପଡେଟ କରିବାକୁ ୫ ତହସିଲଦାରଙ୍କୁ ତାଗିଦ କଲେ ଜିଲ୍ଲାପାଳ

ଜଗତସିଂହପୁର: ଟ୍ୱିଟରରେ ତଥ୍ୟ ଅପଡେଟ କରିବାକୁ ୫ ତହସିଲଦାରଙ୍କୁ ଚିଠି ଲେଖିଲେ ଜଗତସିଂହପୁର ଜିଲ୍ଲାପାଳ | ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୁଜଙ୍ଗ,ନାଉଗାଁ, ବିରିଡି, ବାଲିକୁଦା ଓ ଜଗତସିଂହପୁର ତହସିଲଦାରଙ୍କୁ ଚିଠି ଲେଖି ଟ୍ୱିଟର ଅପଡେଟ କରିବାକୁ କହିଛନ୍ତି | ଜିଲ୍ଲାପାଳଙ୍କ ଚିଠି ମୁତାବକ କୁଜଙ୍ଗ ତହସିଲର ଗତ ୧୪ ତାରିଖ, ବିରିଡି ତହସିଲର ୨୦ ତାରିଖ, ବାଲିକୁଦା ତହସିଲର ୨୨ ତାରିଖ, ଜଗତସିଂହପୁର ତହସିଲର ୧୭ ତାରିଖ ଓ ନାଉଗାଁ ତହସିଲର ୧୩ ତାରିଖଠାରୁ ଟ୍ୱିଟର ଅପଡେଟ ହୋଇନାହିଁ |


ତିର୍ତ୍ତୋଲ, ରଘୁନାଥପୁର ଓ ଏରସମା ତହସିଲଦାର କେବଳ ଟ୍ୱିଟର ଅପଡେଟ କରିଥିବାବେଳେ ଅନ୍ୟମାନେ ଟ୍ୱିଟରକୁ ଅପଡେଟ କରିନଥିବା କୁହାଯାଇଛି | ବିଶେଷ କରି ଲୋକଙ୍କ ଅଭିଯୋଗ ଜାଣିବା ପାଇଁ ଟ୍ୱିଟର ଏକ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ମାସ୍କ ପିନ୍ଧି ନଥିଲେ କେତେ ଟଙ୍କା ଫାଇନ ଆଦାୟ ହେଉ ବା ଲୋକଙ୍କୁ ଜରୁରୀ ସୂଚନା ଦେବା ପାଇଁ ଟ୍ୱିଟର ବ୍ୟବହାର କରାଯାଉଥିବାବେଳେ ତହସିଲଦାରମାନେ ଟ୍ୱିଟର ଅପଡେଟ ନ କରିବା ନେଇ ଜିଲ୍ଲାପାଳ ତାଗିଦ କରିଛନ୍ତି |ନିୟମିତ ବ୍ୟବଧାନରେ ଟ୍ୱିଟର ଅପଡେଟ କରିବାକୁ ତହସିଲଦାରମାନଙ୍କୁ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe