ମେଡିକାଲ କଲେଜ, ଜିଲ୍ଲା,ଘରୋଇ ଲ୍ୟାବ୍‌କୁ ସ୍ବାସ୍ଥ୍ୟ ବିଭାଗର ତାଗିଦ୍: ସକାଳ ସାଢ଼େ ୮ଟା ସୁଦ୍ଧା ଟେଷ୍ଟ ରିପୋର୍ଟ ଅପଲୋଡ୍‌ କର

Advertisment
ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ: ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ସଂକ୍ରମିତ

long island press

ଭୁବନେଶ୍ବର: ରାଜ୍ୟର ସବୁ ମେଡିକାଲ କଲେଜ, ଜିଲ୍ଲା ଓ ଘରୋଇ ଲ୍ୟାବ୍‌ଗୁଡ଼ିକ ପ୍ରତ୍ୟେକ ଦିନ ସକାଳ ସାଢ଼େ ୮ଟା ସୁଦ୍ଧା କୋଭିଡ ଟେଷ୍ଟ ରିପୋର୍ଟ ଅପଲୋଡ୍‌ କରିବାକୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଅନେକ ଲ୍ୟାବ୍‌ ଠିକ୍ ସମୟରେ କୋଭିଡ ରିପୋର୍ଟ ଅପଲୋଡ୍‌ କରୁ ନ ଥିବାରୁ ତଥ୍ୟରେ ଅସମାନତା ଦେଖାଯାଉଛି। ଏହାକୁ ଦୂର କରିବାକୁ ହେଲେ ଠିକ୍ ସମୟରେ ଟେଷ୍ଟ ରିପୋର୍ଟ ଅପଲୋଡ୍‌ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଇସିଏମ୍‌ଆର ପୋର୍ଟାଲରେ ୨୪ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ଅପଲୋଡ କରିବା ଉଚିତ। ଏପରିକି ଆଇସିଏମ୍‌ଆର ପୋର୍ଟାଲ ଓ ରାଜ୍ୟ ସରକାର ଘୋଷଣା କରୁଥିବା ସଂଖ୍ୟା ଭିତରେ କୌଣସି ଫରକ ରହିବା ଉଚିତ ନୁହେଁ। ଏହାସହ ନମୁନା ପରୀକ୍ଷା ସମୟ କମାଇବା ଉପରେ ମଧ୍ୟ ଗୁରୁତ୍ବ ଦେବା ଦରକାର। ଫିଲ୍‌ଡ ଓ ତୃଣମୂଳସ୍ତରରେ ଡାଟା କିଭଳି ଏକାଧିକଥର ଏଣ୍ଟ୍ରି ନ ହେବ, ତାହାକୁ ନଜର ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖ‌ଯୋଗ୍ୟ, ଏବେ ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ ପାଇବା ଲାଗି ଲୋକମାନଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏହି ସମସ୍ୟା କେବଳ ରାଜଧାନୀରେ ନୁହେଁ, ରାଜ୍ୟବ୍ୟାପୀ ଦେଖିବାକୁ ମିଳୁଛି। ଫଳରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଜଣକ ପ୍ର‌କୃତରେ କରୋନାରେ ସଂକ୍ରମିତ କି ନୁହେଁ, ତାହା ଜାଣିବା କଷ୍ଟକର ହେଉଛି। ତେଣୁ ସ୍ବାସ୍ଥ୍ୟ ବିଭାଗର ଲ୍ୟାବ୍‌ମାନଙ୍କୁ ଏଭଳି ତାଗିଦ୍ ଫଳରେ ଆଗକୁ ଲୋକମାନେ ଠିକ୍ ସମୟରେ ରିପୋର୍ଟ ପାଇପାରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe