ୟୁପିଏସ୍‌ସି ପରୀକ୍ଷା ଫଳ: ପ୍ରଥମ ୪ରେ ଝିଅ

Advertisment

ତାଲିକାରେ ୧୫ ଓଡ଼ିଆ, ପ୍ରଥମ ଶହେରେ ଦୁଇ

ତାଲିକାରେ ୧୫ ଓଡ଼ିଆ, ପ୍ରଥମ ଶହେରେ ଦୁଇ

ୟୁପିଏସ୍‌ସି ପରୀକ୍ଷା ଫଳ: ପ୍ରଥମ ୪ରେ ଝିଅ

ଟପର୍‌ ଶ୍ରୁତି ଶର୍ମା

ଭୁବନେଶ୍ବର : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୧ ଫଳାଫଳ ଆଜି ପ୍ରକାଶ ପାଇଛି। ଦିଲ୍ଲୀର ଶ୍ରୁତି ଶର୍ମା ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ଶ୍ରୁତିଙ୍କ ପରେ ଅଙ୍କିତା ଅଗ୍ରୱାଲ ଓ ଗାମିନି ସିଙ୍ଗଲା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଏହାସହ ଚତୁର୍ଥ ସ୍ଥାନରେ ଆଉ ଜଣେ ମହିଳା ଐଶ୍ବର୍ଯ୍ୟା ବର୍ମା ରହିଛନ୍ତି। ପ୍ରଥମ ୪ଟି ସ୍ଥାନରେ ଏଥର ମହିଳାଙ୍କ ଦବ୍‌ଦବା ଚର୍ଚ୍ଚାର ବିଷୟ ହୋଇଛି।

ପରୀକ୍ଷାରେ ମୋଟ୍ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୨୪୪ଜଣ ସାଧାରଣ ବର୍ଗ, ୭୩ ଅର୍ଥନୈତିକ ପଛୁଆ ବର୍ଗ, ୧୦୫ ଜଣ ଅନୁସୂଚିତ ଜାତି ଓ ୬୦ଜଣ ଅନୁସୂଚିତ ଜନଜାତି ବର୍ଗର ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୮୦ଜଣ ଆଇଏଏସ୍‌, ୨୦୦ଜଣ ଆଇପିଏସ୍‌ ଓ ୩୭ଜଣ ଆଇଏଫ୍‌ଏସ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଲିକାରେ ୧୫ରୁ ଅଧିକ ଓଡ଼ିଆ ରହିଥିବା

ଜଣାପଡ଼ିଛି। ତାଲିକାରେ ଶ୍ରେଷ୍ଠ ଶହେ ମଧ୍ୟରେ ଓଡ଼ିଶାର ଛାତ୍ର କାର୍ତିକ ପ୍ରାଣିଗ୍ରାହୀ ୬୩ ନମ୍ବର ଓ ୮୬ ତମ ରାଙ୍କରେ ଗୌରଭ ଅଗ୍ରୱାଲ ରହିଛନ୍ତି। ଏମାନଙ୍କ ବାଦ୍ ସମ୍ଭାବୀ ମିଶ୍ର ୧୧୬, ପୂଜା ସାହୁ ୧୯୯, ଦୁର୍ଗାପ୍ରସାଦ ଅଧିକାରୀ ୨୦୫, ମୟଙ୍କ ମିଶ୍ର ୨୨୮, ବିଶ୍ୱ ବିଶ୍ରୁତ ତ୍ରିପାଠୀ ୨୩୨, ସିଦ୍ଧାର୍ଥ କୁମାର ମିଶ୍ର ୨୫୫, ଅନୁପ ଗର୍ଗ ୨୬୯, ସମୀର କୁମାର ଜେନା ୨୭୩ , ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬, ମାନସ ରଞ୍ଜନ ସାହୁ ୫୧୩ ତମ, ନୟନ ରଂଜନ ଦାସ ୬୧୪ତମ ସ୍ଥାନରେ ରହିଛନ୍ତି।

ଗତ ଜାନୁଆରି ମାସରେ ସିଭିଲ ସର୍ଭିସ ପରୀକ୍ଷା ୨୦୨୧ ଅନୁଷ୍ଠିତ ହୋଇଥିଲା। ଏପ୍ରିଲ/ମେ’ମାସରେ ପର୍ସନାଲିଟି‌ ଟେଷ୍ଟ କରାଯିବା ସହିତ ପରୀକ୍ଷା ରେଜଲ୍ଟ ପ୍ରକାଶ କରାଯାଇଛି। ରେଜଲ୍ଟ ପ୍ରକାଶ ପାଇବାର ୧୫ଦିନ ଭିତରେ ୟୁପିଏସ୍‌ସିର ୱେବସାଇଟ୍‌ରେ ପରୀକ୍ଷାର୍ଥୀଙ୍କ ମାର୍କ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe