ଏନ୍‌ଏଚ୍‌ଏଆଇ ପିଡିଙ୍କୁ ଚେତାବନୀ ଦେଲେ ନଗର ଉନ୍ନୟନ ମନ୍ତ୍ରୀ: ‘ମନ୍ଥର କାର୍ଯ୍ୟ ପାଇଁ ଜେଲ୍‌ ଯିବ, ନହେଲେ ନିଲମ୍ବିତ ହେବ’

Advertisment

‘ରାସ୍ତା ମରାମତି କାର୍ଯ୍ୟ ଶୀଘ୍ର ନ ସାରିଲେ ଜେଲ୍‌ ଯିବ ନହେଲେ ନିଲମ୍ବିତ ହେବ।’  ଆଜି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଦୁଆରଶୁଣି ଘାଟି ରାସ୍ତା ପରିଦର୍ଶନ କରିବା...

‘ରାସ୍ତା ମରାମତି କାର୍ଯ୍ୟ ଶୀଘ୍ର ନ ସାରିଲେ ଜେଲ୍‌ ଯିବ ନହେଲେ ନିଲମ୍ବିତ ହେବ।’  ଆଜି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଦୁଆରଶୁଣି ଘାଟି ରାସ୍ତା ପରିଦର୍ଶନ କରିବା...

sfsfsffssf

କଳାବାଡ଼ିଆ/ବାଙ୍ଗିରିପୋଷି: ‘ରାସ୍ତା ମରାମତି କାର୍ଯ୍ୟ ଶୀଘ୍ର ନ ସାରିଲେ ଜେଲ୍‌ ଯିବ ନହେଲେ ନିଲମ୍ବିତ ହେବ।’  ଆଜି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଦୁଆରଶୁଣି ଘାଟି ରାସ୍ତା ପରିଦର୍ଶନ କରିବା ଅବସରରେ ଏନ୍‌ଏଚ୍‌ଏଆଇ ପିଡିଙ୍କୁ ଏହିଭଳି କଡ଼ା ଚେତାବନୀ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟି ରାସ୍ତା ମରଣଯନ୍ତା ପାଲଟିଛି। ବାଙ୍ଗିରିପୋଷିରୁ ବିଶୋଇ ୧୪ କିଲୋମିଟର ଘାଟିରାସ୍ତାରେ ଗତ କିଛିଦିନ ହେବ ଅସମ୍ଭାଳ ଭିଡ଼ ହେଉଛି। କୋଲକାତାରୁ ମୁମ୍ବାଇକୁ ଯିବାପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଶହଶହ ଟ୍ରକ୍‌, ଘାଟିରେ ଫସି ଯାଉଛନ୍ତି। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ମଧ୍ୟ ଫସି ରହୁଛି। ଏପଟେ ରାସ୍ତା ମରାମତି ପାଇଁ ତାମିଲନାଡ଼ୁର ଏକ ଠିକାସଂସ୍ଥା ଟେଣ୍ଡର ନେଇଥିବା ବେଳେ ମନଇଚ୍ଛା କାମ ହେଉଛି। ୨ ମାସ ହେଲା କାର୍ଯ୍ୟ ସରିବାର ନାଁ ନେଉନାହିଁ। 

ଦୁଆରଶୁଣି ଘାଟି ରାସ୍ତାରେ ଅସମ୍ଭାଳ ଭିଡ଼
ଲୋକଙ୍କ ଦୁର୍ଦ୍ଦଶା ଦେଖିଲେ, ଅସନ୍ତୋଷ ପ୍ରକାଶ କଲେ
୩ ଠିକାଦାରଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ

ଏହାକୁ ନେଇ ଘୋର ଜନ ଅସନ୍ତୋଷ ସୃଷ୍ଟି ହେବାରୁ ଆଜି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବାଧୀନ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି ଘାଟି ରାସ୍ତା ପରିଦର୍ଶନ କରିଥିଲେ। ଘଟଣାସ୍ଥଳରେ ପହଞ୍ଚି ଘାଟିରେ ଫସିଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖିବା ପରେ ଜାତୀୟ ରାଜପଥ ପ୍ରାଧିକରଣ କାର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଉପରେ ଭୀଷଣ ବିରକ୍ତ ହୋଇଥିଲେ। ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଜେପି ଦାସବର୍ମାଙ୍କୁ ଘଟଣାସ୍ଥଳରେ ନପାଇ ବିଗିଡ଼ିଥିଲେ ମନ୍ତ୍ରୀ। ପ୍ରଥମେ ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂଙ୍କୁ ଫୋନ୍‌ କରି ଘାଟି ରାସ୍ତାର ମନ୍ଥର କାର୍ଯ୍ୟ ପାଇଁ ପିଡି ଶ୍ରୀ ଦାସବର୍ମାଙ୍କୁ ଦାୟୀ କରିଥିଲେ। ପରେ ଶ୍ରୀ ଦାସବର୍ମାଙ୍କୁ ଫୋନ୍‌ କରି ରାସ୍ତା ମରାମତି କାର୍ଯ୍ୟ ଶୀଘ୍ର ନ ସାରିଲେ ଜେଲ୍‌ ଯିବ ନହେଲେ ନିଲମ୍ବିତ ହେବ କହି ଚେତାବନୀ ଦେଇଥିଲେ। ଘାଟି କାର୍ଯ୍ୟ ପାଇଁ ଯେତେ ଟଙ୍କା ଆବଶ୍ୟକ ଦିଆଯିବ। କିନ୍ତୁ ଆସନ୍ତାକାଲିଠାରୁ ଗୋଟିଏ ଠିକାସଂସ୍ଥା ବଦଳରେ ୩ ଜଣ ଠିକାଦାରଙ୍କୁ ଭାଗ ଭାଗ କରି ଘାଟି ମରାମତି କ‌ାର୍ଯ୍ୟରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ଡା. ମହାପାତ୍ର।

ଏହାପରେ ବାଙ୍ଗିରିପୋଷି ବ୍ଲକ୍‌ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଡା. ମହାପାତ୍ରଙ୍କ ସମେତ ବାଙ୍ଗିରିପୋଷି ବିଧାୟିକ ସଞ୍ଜଲୀ ମୁର୍ମୁ, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ, ବିଡିଓ ଶିବଶଙ୍କର ମୁର୍ମୁ, ତହସିଲଦାର ଦାମଦର ପ୍ରଧାନ, ବାରିପଦା ସଦର ଏସ୍‌ଡିପିଓ ସୁଜିତ ପ୍ରଧାନ, ବାଙ୍ଗିରିପୋଷି ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe