ରାଜ୍ୟରେ ବଢ଼ୁଛି ୟୁରିଆ କଳାବାଜର

Advertisment
ଖରିଫ-୨୩ ପାଇଁ ପ୍ରସ୍ତୁତି: ୭୩ ହଜାର ମେଟ୍ରିକ୍‌ ଟନ୍‌ କମ ସାର ଯୋଗାଣ

kst-transportation.com

ଭୁବନେଶ୍ବର : ରାଜ୍ୟରେ ସ୍ବାଭାବିକ ହେଲାଣି ସାର ଯୋଗାଣ। କିନ୍ତୁ ସରକାରୀ ଦର ଠାରୁ ଦୁଇ ଗୁଣା ଅଧିକ ଦାମ୍‌ରେ ୟୁରିଆ ସ‌ାର ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମବାୟ ସମିତିରେ ଋଣ ଆକାରରେ ଏପ୍ରିଲ, ମେ ମାସରୁ ଚାଷୀକୁ ସାର ଏବଂ ବିହନ ଯୋଗାଣ ନେଇ କୃଷି ବିଭାଗ ଚିନ୍ତା କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜ୍ୟକୁ ସମୁଦାୟ ଆବଶ୍ୟକ ଥିବା ୯ ଲକ୍ଷ ୨୫ ହଜାର ମେଟ୍ରିକ ଟନରୁ ୮ ଲକ୍ଷ ୬ ହଜାର ୫୪୪ ମେଟ୍ରିକ ଟନ ସାର ପହଞ୍ଚି ସାରିଛି। କେନ୍ଦ୍ର ସାର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଦେବା ପର ଠାରୁ ପ୍ରତି ସପ୍ତାହରେ ସାର ଆସି ପହଞ୍ଚୁଛି। ସେଥିରୁ କେବଳ ଆବଶ୍ୟକ ଥିବା ୪ ଲକ୍ଷରୁ ୩ ଲକ୍ଷ ୯୨ ହଜାର ୫୬ ମେଟ୍ରିକ ଟନ ୟୁରିଆ ପହଞ୍ଚି ସାରିଛି। ଏହା ଗତବର୍ଷ ଠାରୁ ମଧ୍ୟ ଅଧିକ। ଆବଶ୍ୟକ ଥିବା ୨ ଲକ୍ଷ ମେଟ୍ରିକ ଟନ ଡିଏପିରୁ ୧ ଲକ୍ଷ ୩୫ ହଜାର ୬୨୨ ମେଟ୍ରିକ ଟନ, ୧ ଲକ୍ଷ ଟନ୍ ଏମଓପିରୁ ୬୦ ହଜାର ୫୯୫ ମେଟ୍ରିକ ଟନ, ୨ ଲକ୍ଷ ୨୫ ହଜାର ଟନ୍‌ ଏନପିକେରୁ ୨ ଲକ୍ଷ ୧୮ ହଜାର ମେଟ୍ରିକ ଟନ ଆସିଥିବା ଜଣାପଡ଼ିଛି।

ଆସିଲାଣି ୯ ଲକ୍ଷ ୨୫ ହଜାର ମେଟ୍ରିକ ଟନରୁ ୮ ଲକ୍ଷ ୬ ହଜାର
କୃଷି ଋଣରେ ସାର, ବିହନ ସାମିଲ ପାଇଁ ଚିନ୍ତା କରୁଛନ୍ତି ସରକାର

publive-image DNA India

ଏହି ଦୃଷ୍ଟିରୁ ଦେଖିଲେ ଡିଏପି, ଏମଓପି ବ୍ୟତୀତ ଅନ୍ୟ କୌଣସି ସାର ଓଡ଼ିଶା ଚାଷୀଙ୍କ ପାଇଁ ଅଭାବ ରହିବା ଉଚିତ ନୁହେଁ। ମାତ୍ର ବିଭିନ୍ନ ଜିଲ୍ଲାରେ ଭିନ୍ନ ଚିତ୍ର ଦେଖାଯାଉଛି। ୟୁରିଆର କଳାବଜାର ଚାଷୀଙ୍କ ପାଇଁ କାଳ ହେଉଛି। ଗଞ୍ଜାମ ଜିଲ୍ଲାରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ପ୍ରାୟ ୨୪୬ଟି କ୍ରୟ କେନ୍ଦ୍ରରେ ବିଭାଗୀୟ ଚଢ଼ଉ ହୋଇଛି। ଚାଷୀଙ୍କ ଅଭିଯୋଗ ହେଲା, ସମବାୟ ସମିତିରେ ଅଧିକାଂଶ ସମୟରେ ସାର ମିଳୁନାହିଁ। ଡିଲରମାନେ ଏହାର ଫାଇଦା ଉଠାଇ ସାରର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସମବାୟ ସମିତିରେ ବ୍ୟାପକ ପରିମାଣରେ ସାର ବିକ୍ରି ହେଲେ ଚାଷୀଙ୍କୁ ଏଭଳି ଦହଗଞ୍ଜ ହେବାକୁ ପଡ଼ିବ ନାହିଁ। ଗତ ତିନି ବର୍ଷ ହେଲା ରାଜ୍ୟରେ ସାର ସଙ୍କଟ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ, ମେ ମାସରୁ ଆବଶ୍ୟକତା ଅନୁସାରେ କମ ଯୋଗାଣ ହେଉଥିବାରୁ ଏଭଳି ଅବସ୍ଥା ହେଉଥିବା କୁହାଯାଉଛି। ମାତ୍ର ଯେତେ ସାର ଉପଲବ୍ଧ ହେଉଛି ତା’ର ମଧ୍ୟ ବ୍ୟାପକ କଳାବଜାର ହେଉଛି। ଏଥିଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।

ଅନ୍ୟଦିଗରେ ରାଜ୍ୟ ସରକାର ଚାଷ ଆରମ୍ଭରୁ ହିଁ ସମବାୟ ସମିତି ସଦସ୍ୟ ଥିବା ୧୮.୬୧ ଲକ୍ଷ ଚାଷୀଙ୍କୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ଋଣ ଦେଇଥାଆନ୍ତି। କେବଳ ଟଙ୍କା ଆକାରରେ ଦିଆନଯାଇ ସାର, ବିହନ ଆକାରରେ ଦିଆଯାଇ ପାରିଲେ ସାରର କଳାବଜାର ଉପରେ ଲଗାମ ଲଗାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାକୁ ନେଇ ସମବାୟ ଏବଂ କୃଷି ବିଭାଗ ଅଧିକାରୀ ଆଲୋଚନା କରୁଥିବା ଜଣାପଡ଼ିଛି। ସମବାୟ ସମିତିରେ ମଧ୍ୟ ସମସ୍ତ ଚାଷୀ ସଦସ୍ୟ ନଥିବାରୁ ଅନ୍ୟମାନଙ୍କୁ ମଧ୍ୟ ବ୍ୟାଙ୍କ ଜରିଆରେ ସାର ଋଣ ଦେବାକୁ ଗୁରୁତ୍ବ ଦେବାପାଇଁ ଗଞ୍ଜାମ ଚାଷୀ ନେତା ସୀମାଞ୍ଚଳ ନାଏକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe