କୋଟିଆକୁ ନେଇ ତତ୍‌ପରତା: ସର୍ଭେ ହୋଇ ନଥିବା ଗାଁର ସର୍ଭେ ହେବ

Advertisment
କୋଟିଆକୁ ନେଇ ତତ୍‌ପରତା: ସର୍ଭେ ହୋଇ ନଥିବା ଗାଁର ସର୍ଭେ ହେବ

କୋରାପୁଟ/ପଟାଙ୍ଗି : କୋଟିଆରେ ଆନ୍ଧ୍ରପ୍ରଦେଶର ଲଗାତାର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତତ୍‌ପରତା ପ୍ରକାଶ ପାଇଛି। ଶୁକ୍ରବାର ଦିନ କୋଟିଆ ଗସ୍ତ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପରିସ୍ଥିତିର ସମୀକ୍ଷା କରିଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ସର୍ଭେ ନ ହୋଇ ରହିଥିବା ଗାଁ ଗୁଡ଼ିକର ସର୍ଭେ କରାଯିବ। ଏହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଜମା ପଟ୍ଟା ପ୍ରଦାନ କରାଯିବ। ଏଥିପାଇଁ କୋଟିଆରେ ସ୍ବତନ୍ତ୍ର ଭାବେ ଜଣେ ରାଜସ୍ବ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଜମି ସଂପର୍କିତ ଯେତେ ସମସ୍ୟା ରହିଛି, ତାହାର ସମାଧାନ ଏଠାରେ ହିଁ କରାଯିବ। ପୂର୍ବରୁ ଦାୟିତ୍ବରେ ରହିଥିବା ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟରୁ ଅପସାରଣ କରାଯିବ ବୋଲି କହିଛନ୍ତି।

୨୮ଟି ରାଜସ୍ବ ଏବଂ ୧୨ଟି ପଡ଼ା ଗାଁକୁ ନେଇ କୋଟିଆ ପଞ୍ଚାୟତ ଗଠନ ହୋଇଛି। ଏଥିରୁ କିଛି ଗାଁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି। ତେବେ କୋଟିଆର ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଅନେକ ପଦକ୍ଷେପ ନେଇଛନ୍ତି। ସୀମା ବିବାଦକୁ ନେଇ ସରକାର ସଚେତନ ରହିଛନ୍ତି ବୋଲି କୋଟିଆରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା ସମୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି।

କୋଟିଆରୁ ଫେରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କୋରାପୁଟରେ ରାଜସ୍ବ ବିଭାଗର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅବଦଲ ଏମ୍‌. ଅଖତର, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି, ଉପଜିଲ୍ଲାପାଳ ଲଳିତ କଅଁର, ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ସହ ସମସ୍ତ ତହସିଲଦାର ଓ ବିଡିଓ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe