କୋଭିଡ୍-୧୯ ମହାମାରୀ ଦ୍ୱାରା ପ୍ରଭାବିତ ନୂଆ ଉଦ୍ୟୋଗମାନଙ୍କୁ ଜରୁରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ

Advertisment
କୋଭିଡ୍-୧୯ ମହାମାରୀ ଦ୍ୱାରା ପ୍ରଭାବିତ ନୂଆ ଉଦ୍ୟୋଗମାନଙ୍କୁ ଜରୁରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ

ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ରାଜ୍ୟର ଷ୍ଟାର୍ଟ-ଅପ୍ ବା ନୂଆ ଉଦ୍ୟୋଗମାନଙ୍କର ଆର୍ଥିକ ସ୍ଥିତି ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଛି । ‘ଷ୍ଟାର୍ଟଅପ୍ ଓଡ଼ିଶା'ରେ ପଞ୍ଜିକୃତ ହୋଇଥିବା ରାଜ୍ୟର ୫୯୫ଟି ନୂଆ ଉଦ୍ୟୋଗଙ୍କ  ମଧ୍ୟରୁ ଅନେକେ ସେମାନଙ୍କର ବ୍ୟବସାୟ ବନ୍ଦ କରିସାରିଲେଣି । ଖୁବ୍ ଶୀଘ୍ର ସମସ୍ତ ନୂଆ ଉଦ୍ୟୋଗୀଙ୍କ ଉପରେ ଏହାର  କୁପ୍ରଭାବ ଅଧିକ ହେବା ଆଶଙ୍କା ଦେଖାଦେଇଛି । ତେଣୁ ଜରୁରୀ ଭିତ୍ତିରେ ଏହି ନୂଆ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇ ଦେବା କଥା ବିଚାର କରିବାକୁ ୫୯୫ଟି  ଉଦ୍ୟୋଗ ପକ୍ଷରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖାଯାଇ ଅନୁରୋଧ କରାଯାଇଛି।

publive-image

publive-image

ମୁଖ୍ୟମନ୍ତ୍ରୀଙ୍କୁ  ନୂଆ ଉଦ୍ୟୋଗପତିମାନେ ଲେଖିଛନ୍ତି ଯେ ପଞ୍ଜିକୃତ ହୋଇଥିବା ୫୯୫ଟି ସଂସ୍ଥା  ମଧ୍ୟରେ ଇ-କମର୍ସ, କୃଷିଭିତ୍ତିକ ବ୍ୟବସାୟ, କଳା ଓ ସଂସ୍କୃତି, ଆଇଟିଇଏସ୍, ଅଳଙ୍କାର, ଆଇଟି ଉତ୍ପାଦ ଏବଂ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରକାରର ପ୍ରତିଷ୍ଠାନ ରହିଛି । ରାଜ୍ୟର ବିଭିନ୍ନ ସହରରେ ପରିଚାଳିତ ଏହି ଉଦ୍ୟୋଗଗୁଡ଼ିକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି । ଏହାଛଡ଼ା ଓଡ଼ିଶାକୁ "ଟ୍ରିଲିୟନ୍ ଡଲାର୍ ଇକୋନୋମି'ରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରାଇବାରେ ସହାୟତା ଏହି ନୂଆ ଉଦ୍ୟୋଗ ସବୁ ପ୍ରତିବଦ୍ଧ ହୋଇଛନ୍ତି। ନୂଆ ଉଦ୍ୟୋଗମାନଙ୍କର ଇକୋ-ସିଷ୍ଟମ୍ ବା ନେଟୱାର୍କ ବିକଶିତ ହୋଇ ଫଳପ୍ରଦ ହେବାକୁ ୭ରୁ ୧୦ ବର୍ଷ ଲାଗେ । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ରାଜ୍ୟରେ ଗଢ଼ି ଉଠିଥିବା ଏହି ଉଦ୍ୟୋଗ ସବୁ ପ୍ରାରମ୍ଭିକ ଅବସ୍ଥାରେ ରହିଛନ୍ତି । ତେଣୁ ସେମାନଙ୍କର ଉପଯୁକ୍ତ ଯତ୍ନ ଓ ତତ୍ତ୍ୱାବଧାନ ଆବଶ୍ୟକ ।

ବର୍ତ୍ତମାନ କୋଭିଡକୁ ନେଇ ଦେଖା ଦେଇଥିବା ସଂକଟକୁ ନେଇ ୫୯୫ଟି ନୂଆ ଉଦ୍ୟୋଗର ସ୍ଥିତି ସୁଧାରିବା ଲାଗି ରାଜ୍ୟ ସରକାର ସହାୟତାର ହାତ ବଢ଼ାଇବା ଦରକାର। ମୁଖ୍ୟମନ୍ତ୍ରୀଙ୍କୁ ଏହି  ଉଦ୍ୟୋଗମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି କି ଓ୍ୱାନ୍ ଟାଇମ୍ ହେଲ୍ପ (ଏକକାଳୀନ ଅର୍ଥିକ  ସହାୟତା), ସ୍ବଳ୍ପ ସୁଧରେ ଋଣ ବା (ସଫଟ୍ ଲୋନ୍) ଏବଂ  "କ୍ରେଡିଟ୍ ଗ୍ୟାରେଣ୍ଟି' ଭଳି କେତେକ ବ୍ୟବସ୍ଥା ଦ୍ବାରା ଆର୍ଥିକ ସହାୟତା ପ୍ରଦାନ ଲାଗି ବିଚାର କରାଯାଉ। ଏହି ରିଲିଫ୍ ପ୍ୟାକେଜଗୁଡ଼ିକୁ ଯଥା ସମ୍ଭବ କମ୍ ଅନୁମୋଦନ ପ୍ରକ୍ରିୟା ମାଧ୍ୟମରେ ସଂକଟରେ ପଡ଼ିଥିବା ନୂଆ ଉଦ୍ୟୋଗମାନଙ୍କୁ ଯୋଗାଇ ଦେବାକୁ ଉଦ୍ୟୋଗପତିମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe