ୟୁରୋଲୋଜିକାଲ୍‌ ସୋସାଇଟିର ସମ୍ମିଳନୀ

Advertisment
ୟୁରୋଲୋଜିକାଲ୍‌ ସୋସାଇଟିର ସମ୍ମିଳନୀ

ଭୁବନେଶ୍ବର : ୟୁରୋଲୋଜିକାଲ୍‌ ସୋସାଇଟି ଅଫ୍ ଇଣ୍ଡିଆର ୫୨ତମ ସମ୍ମିଳନୀ ସୋଆ ସମ୍ମିଳନୀ କେନ୍ଦ୍ର ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୩ ତାରିଖରୁ ଅନୁଷ୍ଠିତ ଏହି ସମ୍ମିଳନୀରେ ସମଗ୍ର ଭାରତରୁ ୨୫୦୦ ୟୁରୋଲୋଜିଷ୍ଟ୍‌ ଅଂଶଗ୍ରହଣ କରିଥିଲେ। ୪ଦିନିଆ ସମ୍ମିଳନୀରେ ୫ଶହରୁ ଅଧିକ ଗବେଷଣାତ୍ମକ, କ୍ଲିନିକାଲ୍‌, ଆଡ୍‌ଭାନ୍ସଡ ସର୍ଜିକାଲ୍‌ ସମ୍ପର୍କିତ ନିବନ୍ଧ ପାଠ କରାଯାଇଥିଲା। ପରିସରରେ ଆୟୋଜିତ ୧୦୦ରୁ ଅଧିକ ମେଡିକାଲ୍‌ ଶିଳ୍ପସଂସ୍ଥା ପକ୍ଷରୁ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌ର ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ସୋସାଇଟିର ସ୍ବର୍ଣ୍ଣ ପଦକ ସହ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe