ଫୁଲବାଣୀ : ବେପରୁଆ କାମ ପାଇଁ ଲୋକେ ଭୟଭୀତ, ଖୋଲା ଜାଗାରେ ପଡିଛି ୫ ହଳ ପିପିଇ କିଟ୍

Advertisment
ଫୁଲବାଣୀ : ବେପରୁଆ କାମ ପାଇଁ ଲୋକେ ଭୟଭୀତ, ଖୋଲା ଜାଗାରେ ପଡିଛି ୫ ହଳ ପିପିଇ କିଟ୍

ଫୁଲବାଣୀ : କରୋନା ମହାମାରୀକୁ ନେଇ ସବୁଠୁ ଭୟ ଓ ଆଶଙ୍କାର ବାତାବରଣ। ଏଭଳି ସ୍ଥଳେ କନ୍ଧମାଳରେ ଖୋଲା ଜାଗାରେ ବେପରୁଆ ଭାବେ ପିପିଇ କିଟ୍ ଫୋପାଡା ଯିବାକୁ ନେଇ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଚକାପାଦ ବ୍ଳକ ଶଙ୍କରାଖେ୍ାଲ ନିକଟ ଗୁଡ୍ରିଗାଁ ନିକଟ ନଦୀ କୂଳ ରାସ୍ତା କଡରେ ୫ ହଳ ପିପିଇ କିଟ୍ ପଡିଛି। କେହି ବେପରୁଆ ଭାବେ ସେଠାରେ ଫୋପାଡି ଦେଇଥିବା ବେଳେ ଆଜି ସ୍ଥାନୀୟ ଲୋକ ଏହା ଦେଖିବାକୁ ପାଇଥିଲେ। ତାପରେ ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ ସୁଦ୍ଧା କେହି ବି ଶୁଣି ନଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଡାକ୍ତରମାନେ କହିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ପିପିଇ କିଟକୁ ପୋଡିବା ସହ ଏଭଳି କାମ କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe