ଦେଶର ପ୍ରଥମ ମହିଳା ବେସାମରିକ ସୁରକ୍ଷା ମହାନିର୍ଦେଶକ ଭାବେ ଉଷା ପାଢୀଙ୍କୁ ନିଯୁକ୍ତି

Advertisment

ଅତିରିକ୍ତ ଦାୟିତ୍ବ ଦେଲେ କେନ୍ଦ୍ର ସରକାର

ଅତିରିକ୍ତ ଦାୟିତ୍ବ ଦେଲେ କେନ୍ଦ୍ର ସରକାର

ଦେଶର ପ୍ରଥମ ମହିଳା ବେସାମରିକ ସୁରକ୍ଷା ମହାନିର୍ଦେଶକ ଭାବେ ଉଷା ପାଢୀଙ୍କୁ ନିଯୁକ୍ତି

Twitter

ଭୁବନେଶ୍ବର : ପୁଣି ଜଣେ ଓଡ଼ିଆ ଅଫିସରଙ୍କୁ କେନ୍ଦ୍ରରେ ଗୁରୁତ୍ବ ମିଳିଛି। ଭାରତବର୍ଷର ସମସ୍ତ ବିମାନବନ୍ଦର ସୁରକ୍ଷା ଓ ପ୍ରୋଟୋକଲ୍‌ ଆଦିର ମୁଖ୍ୟ ଭାବେ ଏବେ ଜଣେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଫିସର ଅବସ୍ଥାପିତ ହୋଇଛନ୍ତି। ବେସାମରିକ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଉଷା ପାଢୀଙ୍କୁ କେନ୍ଦ୍ର ସରକାର ଅତିରିକ୍ତ ଭାବେ ବେସାମରିକ ସୁରକ୍ଷା ମହାନିର୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି।

ଏଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇବାେର ଶ୍ରୀମତୀ ପାଢୀ ହେଉଛନ୍ତି ପ୍ରଥମ ମହିଳା ଅଫିସର। ୧୯୮୭ ମସିହା ଜୁଲାଇ ୧୪ ତାରିଖରୁ ଏହି ପଦବି ସୃଷ୍ଟି ହେବା ଦିନଠାରୁ ଏଯାଏ କୌଣସି ମହିଳା ଅଧିକାରୀଙ୍କୁ ଏହି ପଦବିରେ ଅଧିଷ୍ଠିତ କରାଯାଇନଥିଲା।

କେବଳ ସେତିକି ନୁହେଁ, ଆଇପିଏସ୍ ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ଏହି ପଦବିରେ ପୂର୍ବରୁ ରୋହିତ ନନ୍ଦନ ଓ ଅନିଲ ଶ୍ରୀବାସ୍ତବଙ୍କ ଭଳି ଆଇଏଏସ୍ ଅଫିସର କାର୍ଯ୍ୟ କରିଥିଲେ। ଏବେ ତୃତୀୟ ଆଇଏଏସ୍ ଭାବେ ଶ୍ରୀମତୀ ପାଢୀଙ୍କ ଉପରେ କେନ୍ଦ୍ର ସରକାର ଭରସା ରଖି ଏହି ଦାୟିତ୍ବ ଦେଇଛନ୍ତି। ଶ୍ରୀମତୀ ପାଢୀ ବରିଷ୍ଠ ଆଇପିଏସ୍ ଅଫିସ ରାକେଶ ଆସ୍ଥନାଙ୍କ ଠାରୁ ଅଗଷ୍ଟ ୧୮ ତାରିଖ ଦିନ ଦାୟିତ୍ବଗ୍ରହଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe