ଉତ୍କଳ କେମିଷ୍ଟ ଆଣ୍ଡ୍‌ ଡ୍ରଗିଷ୍ଟ ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ

Advertisment
ଉତ୍କଳ କେମିଷ୍ଟ ଆଣ୍ଡ୍‌ ଡ୍ରଗିଷ୍ଟ ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର : ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୨୦୨୨-୨୫ ଅବଧି ପାଇଁ ଆସୋସିଏସନର ସଭାପତି ଏବଂ ସାଧାରଣ ସମ୍ପାଦକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ମଳ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁରସ୍ଥିତ ଗ୍ରୀନ୍‌ କୋର୍ଟୟାର୍ଡ ମଣ୍ଡପରେ ଗତକାଲି ଅନୁଷ୍ଠିତ ନିର୍ବାଚନରେ ପି. ସତ୍ୟନାରାୟଣ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ଦେବବ୍ରତ ଦାସଙ୍କୁ ପରାସ୍ତ କରି ସଭାପତି ଓ ପ୍ରଶାନ୍ତ ମହାପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ପି.କେ. ଜେନାଙ୍କୁ ପରାସ୍ତ କରି ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୨ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ମତଦାନ କରିଥିଲେ।

ଏହି ଅବସରରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୫୧ତମ ବାର୍ଷିକ ଉତ୍ସବ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବଭାରତୀୟ ସଭାପତି ଜେ.ଏସ୍ ସିନ୍ଦେ ଯୋଗ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରାଜୀବ ସିଂଘଲଙ୍କ ସହିତ ବହୁ ପଦାଧିକାରୀ ଉତ୍ସବରେ ଯୋଗଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe