କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Advertisment

‘ବନ୍ଦେ ଉତ୍କଳ ଜନନୀ’ର ମୂର୍ଚ୍ଛନା ପ୍ରକମ୍ପିତ କଲା ପ୍ରବାସୀ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ହୃଦୟ

‘ବନ୍ଦେ ଉତ୍କଳ ଜନନୀ’ର ମୂର୍ଚ୍ଛନା ପ୍ରକମ୍ପିତ କଲା ପ୍ରବାସୀ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ହୃଦୟ

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ
ବନାରସ: ଉତ୍ତରପ୍ରଦେଶର ବାରାଣସୀସ୍ଥିତ କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟର ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରପୂର୍ଣ ଭାବେ ‘ଉତ୍କଳ ଦିବସ’ ପାଳିତ ହୋଇଯାଇଛି। ମହାପ୍ରଭୁ ଜଗନ୍ନାଥ ଏବଂ ମହାମନା ମଦନ ମୋହନ ମାଲବୀୟଙ୍କ ନିକଟରେ ଭକ୍ତିପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହା ପରେ କାନ୍ତକବିଙ୍କ ରଚିତ ଓଡିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ମାତୃଭୂମି ଠାରୁ କାହିଁ କେତେ ଦୂରରେ ବନ୍ଦେ ଉତ୍କଳ ଜନନୀର ମୂର୍ଚ୍ଛନା ସମସ୍ତ ପ୍ରବାସୀ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ହୃଦୟ ପ୍ରକମ୍ପିତ କରିଥିଲା।
publive-image
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ୟୁନିୟନ ବ୍ୟାଙ୍କର ଆଞ୍ଚଳିକ ଅଧିକାରୀ ବିରଜା ପ୍ରସାଦ ଦାସ ଯୋଗ ଦେଇ ସଭାର ମହିମା ମଣ୍ଡନ କରିଥିବା ବେଳେ, ସଭାପତି ତ୍ରିଭୂବନ ମୋହନ ମହାପାତ୍ର ଓ ଉପ ସଭାପତି ବିନ୍ଦା ପାରଞ୍ଜେପେ ନିଜର ବହୁମୂଲ୍ୟ ଉଦବୋଧନ ଜାତି ଉଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ।
publive-image
ଏଥିସହିତ ଉତ୍କଳ ସମାଜ ତରଫରୁ ଏକ ଓଡ଼ିଶା କୁଇଜ ଏବଂ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡିଶା କୁଇଜରେ ବିଭୂବ୍ରତ ଦାଶ ଓ ଟିକୁନ ଧଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନଙ୍ଗ, ସରିତା, ଚିନ୍ମୟ ଚିରଞ୍ଜିବୀ, ଅନିର୍ବାଣ, ନିହାରିକା, ସୋମ୍ୟାଶ୍ରୀ, ସୁନିଲ, ଇପ୍‌ସିତା, ଶାଶ୍ୱତି, ଶିଭାଜନ, ଅର୍ପିତା, ହଁସୁଜା, ମନୋରଞ୍ଜନ, ଲିପି ଯୋଗ ଦେଇ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଡ଼ିଆ ଭଜନ ପରିବେଷଣ କରିଥିଲେ। ସେହିପରି ଇପ୍‌ସିତା, ଅନଙ୍ଗ, ଅନିର୍ବାଣ ଏବଂ ସରିତାଙ୍କ ଦ୍ଵାରା ଏକ କ୍ଷୁଦ୍ର ନାଟକ ‘ଭଡାଟିଆ ଦରଦୀଆ' ପରିବେଷଣ କରାଯାଇ ଉତ୍କଳର ସ୍ମୃତିକୁ ମନେପକାଯାଇଥିଲା । ପ୍ରଫେସର କଲ୍ୟାଣ ଘଡେଇ, ଅମୀୟ କୁମାର ସାମଲ, ସରୋଜକାନ୍ତ, ସୌମ୍ୟରଞ୍ଜନ ମେହେର ଏବଂ ବିଶ୍ଵଜିତ ମିଶ୍ର କାର୍ଯ୍ୟ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe