ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘରର ଉତ୍କଳ ଦିବସ

ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘରର ଉତ୍କଳ ଦିବସ

ରଗଡ଼ି: କୋରେଇ ବ୍ଲକ୍‌ ଅନ୍ତର୍ଗତ ତଳଗଡ ପଞ୍ଚାୟତ ନଗୁଁଆଠାରେ ଥିବା ବ୍ରାହ୍ମଣୀଦେବୀ ସମ୍ବାଦ ସାହିତ୍ୟଘର ପକ୍ଷରୁ ଆଜି ଉତ୍କଳ ଦିବସ ପାଳିତ ହୋଇଯାଇଛି। ସଭାପତି ଆର୍ତ୍ତଚରଣ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସମ୍ପାଦିକା ଧରିତ୍ରୀ ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସଂଯୋଜକ ପୀତବାସ ଭୂୟାଁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସହସମ୍ପାଦିକା ଗାୟତ୍ରୀ ନାୟକ, ଉପସଭାପତି ମଦନ ମୋହନ କର, ପ୍ରଦୀପ କୁମାର ଦାସ, କୋଷାଧ୍ୟକ୍ଷ ଗୋପାଳ ଚରଣ ସାହୁ, ବରିଷ୍ଠ କର୍ମକର୍ତ୍ତା ଅର୍ଜୁନ ସେଠୀ, ଅମୂଲ୍ୟ କୁମାର ନାୟକ, ବିଭୂତି ଭୂଷଣ ବଳିଆର ସିଂ, ପବିତ୍ର ମୋହନ ରାଉତରାୟ, ଗଦାଧର ଭୂୟାଁ, ଅକ୍ଷୟ ଜେନା, ପ୍ରକାଶ କୁମାର ବାରିକ, ସ୍ମିତା ବେହୁରିଆ, ଅମୂଲ୍ୟ କୁମାର ବାରିକ, ରଘୁନାଥ ସାହୁ, ନୃସିଂହ ଚରଣ ଦାସ, ରଘୁନାଥ ବାରିକ, ଲକ୍ଷ୍ମୀଧର ମଲ୍ଲିକ, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ବାଦ ସାହିତ୍ୟଘରର ଉପଦେଷ୍ଟା ହୃଷୀକେଶ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe