ଉତ୍କଳ ସମ୍ମିଳନୀ ଅଡ଼ୁଆ ଛିଣ୍ଡୁନି : ଦୁଇ ପକ୍ଷରୁ ଦୁଇଥର ହେବ ନିର୍ବାଚନ

Advertisment

ଜଳେଶ୍ୱରରେ ଆଜି ଗୋଟିଏ ଗୋଷ୍ଠୀର କର୍ମକର୍ତା ନିର୍ବାଚନ

ଜଳେଶ୍ୱରରେ ଆଜି ଗୋଟିଏ ଗୋଷ୍ଠୀର କର୍ମକର୍ତା ନିର୍ବାଚନ

ଉତ୍କଳ ସମ୍ମିଳନୀ ଅଡ଼ୁଆ ଛିଣ୍ଡୁନି : ଦୁଇ ପକ୍ଷରୁ ଦୁଇଥର ହେବ ନିର୍ବାଚନ

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀରେ ଅଡ଼ୁଆ ଛିଣ୍ଡୁନି। ସମ୍ମିଳନୀ ବସ୍ତୁତଃ ଦୁଇ ଭାଗ ହୋଇଥିବା ବେଳେ ଦୁଇ ପକ୍ଷ ଭିନ୍ନଭିନ୍ନ ମତ ରଖିଛନ୍ତି। ଗୋଟିଏ ପକ୍ଷ ଶନିବାର ଜଳେଶ୍ୱରରେ ନିର୍ବାଚନ ହେବା ନେଇ ଜିଦ୍‌ରେ ଅଟଳ ଅଛିି। ଆଉ ଗୋଟିଏ ପକ୍ଷ କହିଛି, ଯଦି ଜଳେଶ୍ୱରରେ ନିର୍ବାଚନ ହୁଏ ତାହା ଅନଧିକୃତ ଓ ବେଆଇନ୍‌।

ସମ୍ମିଳନୀର ସଭାପତି ଗୁରୁପ୍ରସାଦ ମହାନ୍ତି କହିଛନ୍ତି, ଖୋର୍ଧାଠାରେ ଗତବର୍ଷ ଡିସେମ୍ବର ୧୭ ତାରିଖରେ ଉତ୍କଳ ସମ୍ମିଳନୀର କର୍ମକର୍ତା ଓ ସମସ୍ତ ଶାଖାର ସଭାପତି ଓ ସମ୍ପାଦକଙ୍କ ସର୍ବସମ୍ମତି କ୍ରମେ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଜଳେଶ୍ୱରରେ ଜାନୁଆରି ୨୦ ଓ ୨୧ ତାରିଖରେ ନିର୍ବାଚନ କରାଯିବ। ଏଥିପାଇଁ ବିଭିନ୍ନ ଶାଖାର ପ୍ରତିନିଧିମାନେ ପହଞ୍ଚିଛନ୍ତି। ଜଳେଶ୍ୱର ଶାଖା ଉତ୍କଳ ସମ୍ମିଳନୀ ପକ୍ଷରୁ ମଧ୍ୟ ଏଥିପାଇଁ ବନ୍ଦୋବସ୍ତ କରାଯାଇଛି। ତେବେ ୧୮ ଜାନୁଆରିରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଗଠିତ ହୋଇଥିବା ନୂଆ କମିଟିର ରବିରଂଜନ ସାହୁ କହିଛନ୍ତି, ସମ୍ବିଧାନ ଅନୁସାରେ ଗୁରୁ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱ ମଣ୍ଡଳୀର କାର୍ଯ୍ୟକାଳ ୨୦୧୫ ଜୁନ୍‌ ୧୪ରେ ଶେଷ ହୋଇଛି। ତେଣୁ ଗୁରୁ ପ୍ରସାଦ ମହାନ୍ତିଙ୍କ କମିଟି ଦ୍ୱାରା ନିର୍ବାଚନ ସଂଘଟିତ ହେବା ଆଇନତଃ ଗ୍ରହଣୀୟ ନୁହେଁ। ବରଂ ଏପ୍ରିଲ୍‌ରେ ନୂଆ କମିଟି ନିର୍ବାଚନ କରିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଶ୍ରୀ ମହାନ୍ତିଙ୍କ ସୂଚନା ମୁତାବକ, ଶନିବାର ଅପରାହ୍‌ଣ ୪ଟାରେ ବିରାଟ ସାଧାରଣ ସଭା ଆୟୋଜନ ହେବ। ଏଥିସହ ‘ଓଡ଼ିଶାର ଉପାନ୍ତ ଅଞ୍ଚଳର ସମସ୍ୟା’ ସମ୍ପର୍କରେ ଆଲୋଚନା ହୋଇ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ। ଏହି ପ୍ରସ୍ତାବ ଓ ସୀମାନ୍ତ ଅଞ୍ଚଳର ଦୁଃଖଦ ଘଟଣା ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ଏଣେ ରବିରଂଜନ ସାହୁ କହିଛନ୍ତି ଉଭୟ ସଭାପତି ଓ ସମ୍ପାଦକଙ୍କ କାର୍ଯ୍ୟକାଳ ସରିଥିବାରୁ ଅର୍ଥନୈତିକ କାରବାର ଓ ଅନ୍ୟାନ୍ୟ କାର୍ଯ୍ୟ ବେଆଇନ୍‌। ତେଣୁ ଏହା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହାକୁ ଭଣ୍ଡୁର କରିବା ପାଇଁ ଭିତ୍ତିହୀନ ତଥ୍ୟ ପ୍ରକାଶ କରିଛନ୍ତି। ସମ୍ମିଳନୀର ଆୟବ୍ୟୟ ନିୟମିତ ଅଡିଟ୍‌ କରାଯାଏ ଏବଂ ବିନିଯୋଗ ପତ୍ର, ଅଡିଟ୍‌ ରିପୋର୍ଟ ସହ ସରକାରଙ୍କୁ ଦାଖଲ ହେଉଛି ବୋଲି ଆଜି ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe