ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ୨୧ ଦୋକାନୀ; ବାକି ପଡ଼ିଛି ୧୬ଲକ୍ଷରୁ ଅଧିକ ଟଙ୍କା

Advertisment
ଉତ୍କଳ ବିଶ୍ବବିଦ୍ୟାଳୟରେ ‌ଖୋଲିନି ନୂଆ ପାଠ୍ୟକ୍ରମ

utkaluniversity.ac.in

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ୨୧ଜଣଙ୍କୁ ଦୋକାନ ଘର କରିବା ପାଇଁ ଅନୁମତି ଦିଆଯାଇଛି। ସେମାନଙ୍କ ଉପରେ ୧୬,୬୪,୬୩୧ ଟଙ୍କା ବାକି ପଡ଼ିଛି। ବକେୟା ଅର୍ଥ ଥିବା ଦୋକାନୀମାନଙ୍କ ମଧ୍ୟ‌ରେ ଜଣେ ଦୋକାନୀଙ୍କ କେବଳ ୩,୨୮,୨୮୦ ଟଙ୍କା ଥିବା ବେଳେ ଅନ୍ୟ ଜଣଙ୍କ ୨,୮୪,୭୭୯ ବାକି ରହିଛି। କେବଳ ଜଣେ ଦୋକାନୀଙ୍କର କୌଣସି ବକେୟା ନାହିଁ। ବିଶ୍ବବିଦ୍ୟାଳୟ ତରଫରୁ ସଂପୃକ୍ତ ଦୋକାନୀମାନଙ୍କଠାରୁ ବକେୟା ଅର୍ଥ ଆଦାୟ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ।

ବିଧାୟକ ଦାସରଥୀ ଗମାଙ୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ୪୭ଜଣ ଦୋକାନୀ କର୍ତୃପକ୍ଷଙ୍କ ବିନା ଅନୁମତିରେ ଅସ୍ଥାୟୀଭାବେ ଦୋକାନ ନିର୍ମାଣ କରିଛନ୍ତି। ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe