ଉତ୍କଳ ବିଶ୍ବବିଦ୍ୟାଳୟ ଆଲୁମିନି ମିଟ୍‌ : ସଂଯୋଜକ ଦାୟିତ୍ବରେ ବିଜୟ ପଟ୍ଟନାୟକ

Advertisment

୨୪ରେ ପୁରାତନ ଛାତ୍ରଙ୍କ ମହାମିଳନ

୨୪ରେ ପୁରାତନ ଛାତ୍ରଙ୍କ ମହାମିଳନ

ଉତ୍କଳ ବିଶ୍ବବିଦ୍ୟାଳୟ ଆଲୁମିନି ମିଟ୍‌ : ସଂଯୋଜକ ଦାୟିତ୍ବରେ ବିଜୟ ପଟ୍ଟନାୟକ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନୀ ଉତ୍ସବ ଧୁମ୍‌ଧାମରେ ପାଳନ କରାଯିବ। ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ଏମ୍‌କେସିଜି ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବକୁ ଆଡ଼ମ୍ବର ସହ ପାଳନ ପାଇଁ ବିସ୍ତୃତ ଆଲୋଚନା ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୪ରେ ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୨୭ରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେବେ। ସର୍ବସମ୍ମତିକ୍ରମେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଆଲୁମିନି ସଂଘର ସଂଯୋଜକ ଭାବେ ଦାୟିତ୍ବ ଅର୍ପଣ କରାଯାଇଛି। ଏହି ୫ ଦିନିଆ ଉତ୍ସବକୁ ଅଧିକ ମନୋରମ କରିବା ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ବଲିଉଡ୍‌ କଳାକାରଙ୍କ ସମେତ ଓଡ଼ିଶାର ବହୁ ସ୍ବନାମଧନ୍ୟ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

publive-image

କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ, ପଞ୍ଚାନନ କାନୁନ୍‌ଗୋ, ବୀରଭଦ୍ର ସିଂ, ବିଧାୟକ ଅମର ଶତପଥୀ, ବିଧାୟକ ସୁଶାନ୍ତ ରାଉତ, ପ୍ରସାଦ ହରିଚନ୍ଦନ, ପୃଥୀରାଜ ହରିଚନ୍ଦନ, ପ୍ରିୟଦର୍ଶୀ ମିଶ୍ର, ସୁଦର୍ଶନ ଦାସ, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ସନ୍ଦୀପ ମିଶ୍ର, କୁଳସଚିବ ଦୟାନିଧି ନାୟକ, ସ୍ନାତ୍ତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ, କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ପୂର୍ବତନ ରେଜିଷ୍ଟ୍ରାର୍‌ ବନାନୀ ମହାନ୍ତି ପ୍ରମୁଖ ଯୋଗଦେଇ ଉତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଆଲୁମିନି ହଲ୍‌କୁ ଉଦ୍‌ଘାଟନ କରିଥିଲେ। ଆଜିର ବୈଠକ‌ରେ ସମସ୍ତ ବିଭାଗୀୟ ଅଧ୍ୟାପକ/ଅଧ୍ୟାପିକା, ପୁରାତନ ଛାତ୍ର ସଭାପତି ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe