ଅଶାନ୍ତ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍: ଛାତ୍ରଙ୍କୁ ମାଡ଼

ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ଜଣେ ଛାତ୍ରଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି । ଉତ୍ୟକ୍ତ ଛାତ୍ରମାନେ ସହିଦ ନଗର ଥାନା ଘେରାଉ କରିଛନ୍ତି...

Utkal University campus in turmoil: Student beaten up

Utkal University campus in turmoil: Student beaten up Photograph: (sambad.in)

ଭୁବନେଶ୍ବର: ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ଜଣେ ଛାତ୍ରଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି। ଉତ୍ୟକ୍ତ ଛାତ୍ରମାନେ ସହିଦ ନଗର ଥାନା ଘେରାଉ କରିଛନ୍ତି।

ଅଣଛାତ୍ରଙ୍କୁ କ୍ୟାମ୍ପସ୍‌ରୁ କାଢ଼ିବା ଘଟଣାକୁ ନେଇ ସକାଳୁ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିଲା। ଏହାପରେ ଛାତ୍ରଙ୍କୁ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

ବାଣୀବିହାର କ୍ୟାମ୍ପସରୁ ଅଣଛାତ୍ର ହଟାଇବା ଘଟଣାରୁ ଉତ୍ତେଜନା ହୋଇଥିବା କୁହାଯାଉଛି। ବାଣୀବିହାର କର୍ମଚାରୀ କ୍ୟାଣ୍ଟିନରେ ମହିଳାଙ୍କୁ କବିର ସେଠି,ମନୋରଞ୍ଜନ ମଲ୍ଲିକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କର୍ମଚାରୀ ମାଡ଼ ମାରିବାକୁ ନେଇ ସହିଦ ନଗର ଥାନାରେ ବହୁ ସଂଖ୍ୟକ ଛାତ୍ର ଓ ପୂର୍ବତନ ଛାତ୍ର ଏକାଠି  ହୋଇ ଅଭିଯୋଗ କରିଛନ୍ତି।

ତ୍ରିନାଥ ସାହୁ ଜଣେ ଦିବ୍ୟାଙ୍ଗ ଛାତ୍ର।  ସେ ବିଶ୍ୱବିଦ୍ୟାଳୟର ପିଜି ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ର। ଅର୍ଥ ଅଭାବ ଥିବାରୁ ପାର୍ଟ ଟାଇମ୍ ପାଇଁ କ୍ୟାଣ୍ଟିନରେ କାମ କରୁଥିଲେ। ଅଣଛାତ୍ର ମୁକ୍ତ କରିବା ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଦିବ୍ୟାଙ୍ଗ ଛାତ୍ରଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସେ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। 

Utkal University 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe