ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବ: ଦୀକ୍ଷାନ୍ତ ଭାଷଣ ଦେବେ ଉପରାଷ୍ଟ୍ରପତି

ଉତ୍କଳ ବିଶ୍ୱବିଦ୍ୟାଳୟ: ଜୁନ୍‌ରେ ଆସିବ ନାକ୍‌ ଟିମ୍‌, ‘ଏ++’ ଗ୍ରେଡ୍‌ ଲକ୍ଷ୍ୟ‌ରେ ଚାଲିଛି ପ୍ରସ୍ତୁତି

educationbytes.in

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବରେ ଯୋଗଦେବା ଲାଗି ଏପ୍ରିଲ ୨ରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ ଓଡ଼ିଶା ଗସ୍ତରେ ଆସିଥିବାର କାର୍ଯ୍ୟକ୍ରମ ଥିଲା। ତେବେ ଏଥିରେ ସାମାନ୍ୟ ପରିବର୍ତନ କରାଯାଇଛି। ଏପ୍ରିଲ ୩ରେ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବ ହେବ ଏବଂ ଏଥିରେ ଉପ ରାଷ୍ଟ୍ରପତି ଯୋଗଦେବେ ‌ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏସମ୍ପର୍କରେ ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ବି ବିଶ୍ବବିଦ୍ୟାଳୟର ସମାବର୍ତନ ଉତ୍ସବ ହୋଇପାରି ନାହିଁ। ତେଣୁ ଲଗାତାର ଭାବେ ଦୁଇଟି ବ୍ୟାଚ୍‌ର ସମାବର୍ତନ ଉତ୍ସବ କରିବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପ୍ରିଲ ପହିଲାରେ ୨୦୧୯-୨୦ ବ୍ୟାଚ୍‌ର ଉତ୍ସବ ହେବାକୁ ଥିବା ବେଳେ ଏପ୍ରିଲ ୩ରେ ୨୦୨୦-୨୧ ବ୍ୟାଚ୍‌ର ଉତ୍ସବ ଅନୁଷ୍ଠିତ ହେବ। ଉତ୍ସବରେ ପ୍ରାୟ ୨୦୦ ଜଣଙ୍କୁ ଗୋଲ୍‌ଡ ମେଡାଲ ସହ ଡିଗ୍ରି ପ୍ରଦାନ କରାଯିବ। କେଉଁମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ ସେନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ଖୁବ୍‌ଶୀଘ୍ର ସବ୍‌ କମିଟି ବୈଠକ ଡକାଯାଇ ଏହା ଉପରେ ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe