ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆସନ୍ତାକାଲି ଠାରୁ ଉଠିବ ସାଇନ୍‌ ଏ ଡାଏ

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆସନ୍ତାକାଲି ଠାରୁ ଉଠିବ ସାଇନ୍‌ ଏ ଡାଏ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ସୋମବାର ଠାରୁ ସାଇନ୍‌ ଏ ଡାଏ ହଟିବ । ଏହା ପରେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ସ୍ୱାଭାବିକ ହେବ। କମିସନରେଟ ପୁଲିସ ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ରବିବାର ଆଲୋଚନା ହେବା ପରେ ଏହା ସ୍ପଷ୍ଟ ହୋଇଛି। ପିଲାମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗେଟ ଦେଇ ପ୍ରବେଶ କରିପାରିବେ। କର୍ତ୍ତୃପକ୍ଷଙ୍କ ପକ୍ଷରୁ ମୁଖ୍ୟ ଫାଟକରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କୁ ଛାତ୍ରଛାତ୍ରୀମାନେ ସକାଳ ୯ଟା ପରେ ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ। ସେହିଭଳି ଯେଉଁ ପିଲାମାନେ ଛାତ୍ରାବାସମାନଙ୍କରେ ରହୁଥିଲେ, ପୂର୍ବଭଳି ବସବାସ କରିପାରିବେ।

ବିଗତ ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍ତେଜନା ଦେଖାଯାଇଥିଲା। ଛାତ୍ରୀ ନିବାସ ଉପରକୁ ଗତ ସେପ୍ଟେମ୍ବର ୧୭ରେ ବୋମାମାଡ଼ ହେବା ପରେ ପୁଲିସ ପକ୍ଷରୁ ଧାରା ୧୪୪ ଜାରି କରି ଦିଆଯାଇ ଥିଲା। ବୋମାମାଡ଼ ପରେ ଗେଟ୍‌ ସମ୍ମୁଖରେ ଉତ୍ତେଜନା ଦେଖା ଯାଇଥିଲା। ୫ ନମ୍ବର ଛାତ୍ରୀ ନିବାସରେ ବୋମାମାଡ଼ ହେବା ପରେ ଛାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ। ନିଦ୍ଧିଷ୍ଟ ଛାତ୍ର ସଂଗଠନର ୩ଜଣ ଛାତ୍ରଙ୍କୁ ଆକ୍ରମଣ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ଦେଖାଯାଇ ଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ପ୍ଲାଟୁନ ପୁଲିସ ମୁତୟନ କରାଯାଇ ଥିଲା।

ବିଶ୍ୱବିଦ୍ୟାଳୟରୁ ସାଇନ୍‌ ଏ ଡାଏ ଉଠିବା ସମ୍ପର୍କରେ ସ୍ନାତ୍ତୋକତ୍ତର ପରିଷଦର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସତପଥୀ ଏହି ସୂଚନା ଦେଇଛନ୍ତି। ସତପଥୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ୯ଜଣିଆ କମିଟି ପୁଲିସ କମିସନର ଯୋଗେଶ ବାହାଦୂର ଖୁରାନିଆକୁ କମିସନରେଟ ପୁଲିସ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା ହୋଇଛି। ଏକ ବୈଠକରେ ଆଲୋଚନା ପରେ ବିଶ୍ୱବିଦ୍ୟାଳୟରୁ ସାଇନ୍‌ ଏ ଡାଏ ଉଠାଇବା ନେଇ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ବିଗତ ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍ତେଜନା ଦେଖାଯାଇଥିଲା। ଛାତ୍ରୀ ନିବାସ ଉପରକୁ ଗତ ସେପ୍ଟେମ୍ବର ୧୭ରେ ବୋମାମାଡ଼ ହେବା ପରେ ପୁଲିସ ପକ୍ଷରୁ ଧାରା ୧୪୪ ଜାରି କରି ଦିଆଯାଇ ଥିଲା। ବୋମାମାଡ଼ ପରେ ଗେଟ୍‌ ସମ୍ମୁଖରେ ଉତ୍ତେଜନା ଦେଖା ଯାଇଥିଲା। ୫ ନମ୍ବର ଛାତ୍ରୀ ନିବାସରେ ବୋମାମାଡ଼ ହେବା ପରେ ଛାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ। ନିଦ୍ଧିଷ୍ଟ ଛାତ୍ର ସଂଗଠନର ୩ଜଣ ଛାତ୍ରଙ୍କୁ ଆକ୍ରମଣ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ଦେଖାଯାଇ ଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ପ୍ଲାଟୁନ ପୁଲିସ ମୁତୟନ କରାଯାଇ ଥିଲା। ପରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଦିଆଯିବା ସହିତ ଅନିଦ୍ଧିଷ୍ଟ କାଳ ପାଇଁ ସାଇନ୍‌ ଏ ଡାଏ ଘୋଷଣା କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe