ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶ: ଶୁଭ ଓ ଶୁଭସ୍ମିତା ଯୁଗ୍ମ ଟପର୍‌

Advertisment
ଉତ୍କଳ ବିଶ୍ବବିଦ୍ୟାଳୟରେ ‌ଖୋଲିନି ନୂଆ ପାଠ୍ୟକ୍ରମ

utkaluniversity.ac.in

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକର ଶେଷ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅନୁମୋଦନକ୍ରମେ ଆଜି ପରୀକ୍ଷା ଫଳ ଘୋଷଣା କରାଯାଇଛି। କଳା ବିଭାଗରେ ୨୬ ହଜାର ୮୮୨ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ହଜାର ୩୪୪ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୬% ହୋଇଛି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧୪ ହଜାର ୫୬୯ଜଣଙ୍କ ମଧ୍ୟରୁ ୧୨ ହଜାର ୯୭୦ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୧% ରହିଛି। ବାଣିଜ୍ୟରେ ୪୨୮୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨୭୪ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୨% ହୋଇଛି। କେବଳ ୬ଷ୍ଠ ସେମିଷ୍ଟାର ପରୀକ୍ଷା ଫଳକୁ ହିସାବକୁ ନେଇ କଳାରେ ୯୫.୯୯%, ବିଜ୍ଞାନରେ ୯୮% ଓ ବାଣିଜ୍ୟରେ ୯୪.୩୭% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରୀମାନେ ବିଭିନ୍ନ ବିଭାଗରେ ଟପର୍‌ ହୋଇଛନ୍ତି।

ସର୍ବାଧିକ ଗ୍ରେଡ୍‌ ପଏଣ୍ଟ ଆଧାରରେ ବିଜ୍ଞାନ ବିଭାଗରେ କଟକ ଷ୍ଟୁଆର୍ଟ ସାଇନ୍ସ(ଡିଗ୍ରି) କଲେଜ ରସାୟନ ବିଜ୍ଞାନ ସମ୍ମାନ ଛାତ୍ରୀ ଶୁଭ ଜ୍ୟୋତି ଓ ଭୂତତ୍ତ୍ବ ବିଜ୍ଞାନ ସମ୍ମାନର ଶୁଭସ୍ମିତା ହାତୀ ଯୁଗ୍ମ ଭାବେ ୯.୭୩ ସିଜିପିଏ ହାସଲ କରି ବିଶ୍ବବିଦ୍ୟାଳୟ ଟପର୍‌ ହୋଇଛନ୍ତି। କଳା ବିଭାଗରେ କଣାସସ୍ଥିତ ଦୟା ବିହାର(ଡିଗ୍ରି) କଲେଜର ଭୂଗୋଳ ସମ୍ମାନର ଛାତ୍ରୀ ପ୍ରଗତି ଶ୍ରୀଚନ୍ଦନ ସିଜିପିଏ ୯.୫୪ ଓ ବାଣିଜ୍ୟ ବିଭାଗରେ ଚୌଦ୍ବାର(ଡିଗ୍ରି) କଲେଜର ପୂଜାରାଣୀ ବେଜ୍‌ ୯.୩୯ ସିଜିସିଏ ନମ୍ବର ରଖି ଉକ୍ତ ବିଭାଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଆଚାର୍ଯ୍ୟ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe