ଥାନେରେ ଓଡ଼ିଆ ସଂଗଠନର ବନ୍ଧୁ ମିଳନ, ଲୋଗୋ ଉନ୍ମୋଚିତ

ମହାରାଷ୍ଟ୍ରର ଥାନେ ଠାରେ ନବ ଗଠିତ ‘ଉତ୍କଳ ଆସୋସିଏସନ୍’ ପକ୍ଷରୁ ରବିବାର ଅପରାହ୍ଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି। ନବଘରସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ‘ଏକ ନୂଆ ଜାଗରଣ, ଏକ ନୂଆ ଆରମ୍ଭ’ ଶୀର୍ଷକରେ ଭାବପୂର୍ଣ୍ଣ ଓ ପ୍ରତୀକାତ୍ମକ ସମାବେଶର ଆୟୋଜନ ହୋଇଛି।

thane

ଥାନେ: ମହାରାଷ୍ଟ୍ରର ଥାନେ ଠାରେ ନବ ଗଠିତ ‘ଉତ୍କଳ ଆସୋସିଏସନ୍’ ପକ୍ଷରୁ ରବିବାର ଅପରାହ୍ଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି। ନବଘରସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ‘ଏକ ନୂଆ ଜାଗରଣ, ଏକ ନୂଆ ଆରମ୍ଭ’ ଶୀର୍ଷକରେ ଭାବପୂର୍ଣ୍ଣ ଓ ପ୍ରତୀକାତ୍ମକ ସମାବେଶର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଅlଧିକlରିକ ଲୋଗୋ ଉନ୍ମୋଚନ କରାଯାଇଛି, ଯାହା ଥାନେ ଓ ମହାରାଷ୍ଟ୍ରରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ଏକତା, ଐତିହ୍ୟ ଓ ସାଂସ୍କୃତିକ ଗୌରବ ପାଇଁ ଏକ ନୂତନ ଯୁଗର ସୂତ୍ରପାତ ଉପରେ ଆଧାରିତ।

ଲୋଗୋରେ ଶ୍ରୀ ଜଗନ୍ନାଥ, କୋଣାର୍କ ଚକ୍ର ଏବଂ ସମ୍ବଲପୁରୀ ମୋଟିଫ୍‌ର ଏକ ସୁନ୍ଦର ମିଶ୍ରଣ ରହିଛି। ଏହା ବିଶ୍ୱାସ, ନିରନ୍ତରତl ଓ ଶିଳ୍ପ କୁଶଳତାର ପରିଚାୟକ ବୋଲି ଆୟୋଜକ ସଂସ୍ଥା ତରଫରୁ କୁହାଯାଇଛି। ଏହି ଲୋଗୋ ଓଡ଼ିଶାର ସଭ୍ୟତାର ଐତିହ୍ୟ ଏବଂ ପ୍ରବାସୀ ଓଡ଼ିଆମାନଙ୍କର ସାମୁହିକ ଗର୍ବ ଓ ଗୌରବର ଜୀବନ୍ତ ପ୍ରତୀକ।  

ଏହି ସମାବେଶରେ ଆସୋସିଏସନ୍ ତରଫରୁ ଭବିଷ୍ୟତ ଯୋଜନା ବିଷୟରେ ଘୋଷଣା କରାଯାଇଛି। ଓଡ଼ିଶାର ରନ୍ଧନ ପରମ୍ପରା ଓ ପ୍ରସିଦ୍ଧ ଖାଦ୍ୟର ଉତ୍ସବ, ଯୁବ ଜାଗରଣ ଅଭିଯାନ, ଥାନେର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ, ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ ଓ ସଂରକ୍ଷିତ କରିବା ପାଇଁ ଏକ ଭାଷା ସୁରକ୍ଷା ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମସ୍ତ ଯୋଜନାର ଲକ୍ଷ୍ୟ ହେଲା ମହାରାଷ୍ଟ୍ରରେ ବସବାସ କରୁଥିବା ଓଡ଼ିଆମାନଙ୍କ ମଧ୍ୟରେ କଳା, ଐତିହ୍ୟ ଓ ଏକତାର ବିକାଶ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe