ଉତ୍କଳମଣି ଗୋପବନ୍ଧୁଙ୍କୁ ଅନାଦର: ଡାକ୍ତରଖାନା ପରିସରରୁ ହଟେଇଦେଲେ ପ୍ରତିମୂର୍ତ୍ତି

ଉତ୍କଳମଣି ଗୋପବନ୍ଧୁଙ୍କୁ ଅନାଦର: ଡାକ୍ତରଖାନା ପରିସରରୁ  ହଟେଇଦେଲେ ପ୍ରତିମୂର୍ତ୍ତି

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏ ଦେଶ ତଥା ଜାତି ପ୍ରତି ଅବଦାନ ଅତୁଳନୀୟ। କିନ୍ତୁ ଆଜି ଗୋପବନ୍ଧୁଙ୍କୁ ଅନାଦର କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ରାସ୍ତା ସଂପ୍ରସାରଣ ଆଳରେ ଗୋପବନ୍ଧୁଙ୍କ ପ୍ରତି ଏଭଳି ଅନାଦର କରାଯାଉଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁରନ୍ତ ଏକ ପ୍ରକୃଷ୍ଠ ସ୍ଥାନ ଚିହ୍ନଟ କରି ଗୋପବନ୍ଧୁଙ୍କ ମୂର୍ତ୍ତି ପୁନଃସ୍ଥାପିତ କରିବାକୁ ଦାବି କରିଛନ୍ତି।

କିଛି ବର୍ଷ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିବା ପୂର୍ବର ଗୋପବନ୍ଧୁଙ୍କ ପ୍ରତିମୂ୍ର୍ତ୍ତିକୁ କେହି ଭାଙ୍ଗି ଦେଇଥିଲା। ମାଳ ମାଳ ସିକ୍ୟୁରିଟି, ସିସିଟିଭି ନଜରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିଲେ ବି କେହି ଦୁର୍ବୃତ୍ତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବାକୁ ତୀବ୍ର ବିରୋଧ କରାଯାଇଥିଲା। ପରେ ଗୋପବନ୍ଧୁଙ୍କ ନୂତନ ପ୍ରତିମୂର୍ତ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥରେ ଡାହାଣ ପାର୍ଶ୍ବକୁ ଆଉଟ୍‌ଡୋରକୁ ଲାଗି ସ୍ଥାପନ କରାଯାଇଥିଲା। ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରାଗଲା। ଏହି କାମକୁ ବର୍ଷେ ବିତିଛି କି ନାହିଁ, ମେଡିକାଲ୍‌ ରୋଡ୍‌-ବାଟଗାଁ ରାସ୍ତା ସଂପ୍ରସାରଣ ପାଇଁ ଏହି ପ୍ରତିମୂର୍ତ୍ତିକୁ ପୁଣି କାଢ଼ି ଦିଆଯାଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ହଟାଇଦେବା ଅଜ୍ଞତାର ପରିଚୟ। ମହାପୁରୁଷମାନଙ୍କୁ ଏଭଳି ଅନାଦର ଆଦୌ ଗ୍ରହଣୀୟ ନୁହେଁ। ଗୋପବନ୍ଧୁ ଆୟୁର୍ବେଦ କଲେଜ ପରିସରରେ ସ୍ଥାପିତ ପ୍ରତିମୂର୍ତ୍ତି ଏବେ ହୋର୍ଡିଂ ପଛରେ ଲୁଚିଗଲାଣି। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିମୂର୍ତ୍ତି ଉପରେ ପ୍ରହାର। ତୁରନ୍ତ ସ୍ଥାନ ଚିହ୍ନଟ କରି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନ ହେଲେ ଆନ୍ଦୋଳନ ହେବ ବୋଲି ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe